ମୁମ୍ବାଇ: ସୋଶାଲ ମିଡିଆ ସେନସସନ ପାଲଟି ଯାଇଛନ୍ତି ଉର୍ଫି ଯାଦବ । ଉର୍ଫିଙ୍କ ଅଜବଗଜବ ଡିଜାଇନକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି । ହେଲେ ଏକ ପୋଷାକ ପିନ୍ଧି ସୋଶାଲ ମିଡିଅରେ ନିଆଁ ଳଗାଉଛନ୍ତି ଉର୍ଫି । ଉର୍ଫିଙ୍କ ପାଇଁ ଏପରି ଅତରଙ୍ଗି ଆଉଟଫିଟ ଡିଜାଇନ କରୁଥିବା ଡିଜାଇନର ହେଉଛନ୍ତି ସ୍ୱେତା ଶ୍ରୀବାସ୍ତବ । ଉର୍ଫିଙ୍କ ସବୁ ଡ୍ରେସ ସ୍ୱେତା ହିଁ ଡିଜାଇନ କରିଥାନ୍ତି । ଉର୍ଫି କହିଛନ୍ତି ତାଙ୍କ ଆବଶ୍ୟକତା ମୁତାବକ ମନଲାଖି ଡ୍ରେସ ପ୍ରସ୍ତୁତ କରି ଦିଅନ୍ତି ସ୍ୱେତା । ଉର୍ଫିଙ୍କ ଡ୍ରେସ ଡିଜାଇନ କରୁ କରୁ ବେଳେ ବେଳେ ରାତି ପାହିଯାଏ । ଏପରିକି ବହୁ ସମୟରେ ସେ ନିଜେ ଘଣ୍ଟା ଘଣ୍ଟା ବସି ଉର୍ଫିଙ୍କ ଡ୍ରେସ ଡିଜାଇନ କରିଥାନ୍ତି । ଏପରିକି ଏଥିପାଇଁ ବହୁଥର ସମାଲୋଚିତ ହୋଇଥିଲେ ବି ତାହାକୁ ଖାତିର ନାହିଁ ବୋଲି କହିଛନ୍ତି ସ୍ୱେତା ।