ଡାଇମଣ୍ଡ ମାସ୍କ ପିନ୍ଧି ଟ୍ରୋଲ ହେଲେ ଉର୍ବଶୀ

ଏଥିସହିତ ଟ୍ରୋଲରମାନେ କହିଛନ୍ତି ଯେ ଧନୀମାନଙ୍କ ହେଲମେଟ ଏହିପରି ଦେଖାଯାଏ….

ମୁମ୍ବାଇ: ସୋସିଆଲ ମିଡିଆରେ କିଛି ନୂଆ କରିବାକୁ ଚେଷ୍ଟା କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ । ନିକଟରେ ପୁଣିଥରେ ଉର୍ବଶୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ସୋସିଆଲ ମିଡିଆରେ ଉର୍ବଶୀଙ୍କ ଯେଉଁ ଭିଡିଓ ଭାଇରାଲ ହେଉଛି ସେହି ଭିଡିଓରେ ଉର୍ବଶୀ ହୀରାର ମାସ୍କ ପିନ୍ଧିଛନ୍ତି । ଉର୍ବଶୀ କହିଛନ୍ତି, ତାଙ୍କ ମୁହଁରେ ଲାଗିଥିବା ହୀରାର ମାସ୍କରେଡ ବହୁତ ଭାରୀ ଥିଲା । କେତେକ ଫ୍ୟାନ୍ସ ଉର୍ବଶୀଙ୍କ ଏହି ଲୁକ୍ସକୁ ବହୁତ ପସନ୍ଦ କରୁଥିବାବେଳେ ଆଉ କେତେକ ଖୁବ ଟ୍ରୋଲ କରୁଛନ୍ତି । ଅନେକ ଫ୍ୟାନ୍ସ ଏହି ଅବତାରରେ ଉର୍ବଶୀଙ୍କୁ ବହୁତ ସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି । ଏଥିସହିତ ଟ୍ରୋଲରମାନେ କହିଛନ୍ତି ଯେ ଧନୀମାନଙ୍କ ହେଲମେଟ ଏହିପରି ଦେଖାଯାଏ । ଅନ୍ୟପକ୍ଷରେ ଖୁବଶୀଘ୍ର ଉର୍ବଶୀ ତାମିଲ ଫିଲ୍ମରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି ।