ଅନୁଷ୍କାଙ୍କ ହାତରୁ ଖସିଯିବେ ବିରାଟ! ତମନ୍ନାଙ୍କ ଆଡକୁ ଢଳୁଛନ୍ତି

ବେଶ କିଛିଦିନ ଧରି ଗୁଜବର ଶିକାର ହେବାପରେ ସହି ପାରିଲେନି ଅଭିନେତ୍ରୀ ତମନ୍ନା ଭାଟିୟା । ଏକ ସାକ୍ଷାତକାର ଅବସରରେ ତମନ୍ନା ବିରାଟଙ୍କ ପ୍ରତି ଦୁର୍ବଳତା ଥିବା କଥା ମାନିଛନ୍ତି । କିନ୍ତୁ ସେମାନେ ପରସ୍ପରକୁ ଭଲ ପାଉଥିବା କଥା ଏଡାଇ ଯାଇଛନ୍ତି ।

ତମନ୍ନା ଏକା ସମୟରେ ଦୁଇଜଣ କ୍ରିକେଟିୟରଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ୨୦୨୦ ମସିହାରେ ଗୋଟିଏ ଅଳଙ୍କାର ଦୋକାନରେ ତାଙ୍କର ଦେଖା ହୋଇଥିଲା ପାକ୍ କ୍ରିକେଟିୟର ଅବଦୁଲ ରଜାକଙ୍କ ସହିତ । ଦୁହିଁଙ୍କର ଫଟୋ ଭାଇରାଲ ହୋଇଥିଲା । ରଜାକଙ୍କ ସହିତ ତାଙ୍କର ସାକ୍ଷାତ ଓ ମିଳାମିଶାକୁ ଇଂଟରନେଟ୍ ଦୁନିଆର ଗୋଟିଏ ମଜାଦାର ଉପାଖ୍ୟାନ କହି ମମଲାକୁ ହାଲୁକା କରିଦେଲେ ତମନ୍ନା ।

ଏବେ କ୍ରିକେଟିୟର ବିରାଟ କୋହଲିଙ୍କ ସହିତ ତାଙ୍କର ଚକ୍କର କଥା ସାମ୍ନାକୁ ଆସିଛି । ଦୁହେଁ ଗୋଟିଏ ବିଜ୍ଞାପନ ଚଳଚ୍ଚିତ୍ରରେ ନିକଟତର ହୋଇଥିଲେ । ତା’ ପରଠାରୁ ବିରାଟଙ୍କ ସହିତ ଆଉ ଦେଖା ହୋଇନି, କହିଛନ୍ତି ତମନ୍ନା । ଦୁହେଁ ପରସ୍ପରକୁ ଥରକ ପାଇଁ ସୁଟିଂ ସେଟ୍‌ରେ ଦେଖିଥିଲେ । ତା’ ପରଠାରୁ ସେମାନଙ୍କର ଦେଖାସାକ୍ଷାତ ହୋଇନାହିଁ । ମାତ୍ର ଇଂଟରନେଟ୍ ଦୁନିଆ ତମନ୍ନାଙ୍କ ସହ ବିରାଟଙ୍କ ନାମକୁ ଯୋଡ଼ି ବହୁତ କିଛି ପ୍ରଚାର କରୁଛି ।