ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଚର୍ଚ୍ଚିତ କପୁଲଙ୍କ ମଧ୍ୟରେ ଗଣା । ସୋସିଆଲ ମିଡିଆରେ ଏମାନଙ୍କ ଫଟୋ ସବୁ ଭାଇରାଲ ହୋଇଥାଏ । ଏବେ ପୁଣି ଥରେ ଅନୁଷ୍କା-ବିରାଟ ନିଜର ପର୍ସନାଲ ଲାଇଫକୁ ପ୍ଲବିକ କରିବାକୁ ପସନ୍ଦ କରନ୍ତିନି । କିନ୍ତୁ ସର୍ବଦା ନିଜ ରୋମାଣ୍ଟିକ ଚିତ୍ରକୁ ଇନଷ୍ଟାଗ୍ରାମରେ ସେୟାର କରନ୍ତି । ଏବେ ପୁଣି ଥରେ କୋହଲିଙ୍କ ସହ ରୋମାଣ୍ଟିକ ଚିତ୍ର ସେୟାର କରିଛନ୍ତି । ଯେଉଁଥିରେ ଏହି କପଲ ପରସ୍ପର ସହିତ ବ୍ୟକ୍ତିଗତ ସମୟ ବିତାଉଥିବାର ନଜର ଆସିଛନ୍ତି । ଫଟୋଗୁଡ଼ିକରେ ବିରାଟ ଓ ଅନୁଷ୍କାଙ୍କ ସହ ବ୍ରିଟେନର ଏକ ଚା ଷ୍ଟଲରେ ନିଜର ମୂଲ୍ୟବାନ ସମୟ ବିତାଉଥିବାର ନଜର ଆସିଛନ୍ତି ।