ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଏବେ ଚିନ୍ତାରେ ପଡିଛନ୍ତି । ସେ ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଆସନ୍ତା ୧୧ରେ ରିଲିଜ ହେବ ଏହି ଫିଲ । ତେବେ ରିଲିଜ ହେବା ପୂର୍ବରୁ ଆମୀର ଉତ୍ସାହିତ ଥିବା ସହ ଟିକେ ଭୟଭୀତ ହୋଇଯାଇଛନ୍ତି । ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ହଲିଉଡ ଅଭିନେତା ଟମ ହ୍ୟାଙ୍କସଙ୍କ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ ଅଟେ । ଆମୀର ନିଜ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ପ୍ରମୋସନ ଚଳାଇଛନ୍ତି । ଏହି ଫିଲ୍ମଟି ତାଙ୍କ ପାଇଁ ବେଶ ମହତ୍ତ୍ୱ ରଖେ । ଏହା ତାଙ୍କର ପ୍ରେମ ଏବଂ ଦୃଢ଼ତାର ପରିଶ୍ରମର କାହାଣୀ ।
ଫିଲ୍ମ ପ୍ରତି ଥିବା ନିଜ ଭାବନାକୁ ବ୍ୟକ୍ତ କରି ଆମୀର କହିଛନ୍ତି ଏହି ଫିଲ୍ମରେ ଅଧିକ ସମୟ ଲାଗିଛି । ମୋଟ ୧୪ ବର୍ଷ କିନ୍ତୁ ଅଧିକାର ହାସଲ କରିବାକୁ ପ୍ରାୟ ୮ ରୁ ୯ବର୍ଷ । ତେଣୁ ମୁଁ ଟିକିଏ ଉତ୍ସାହିତ ଏବଂ ନର୍ଭସ ତଥା ଭୟଭୀତ ଅଛି । ମୁଁ ଜାଣେ ଆମେ ଏକ ଭଲ ଫିଲ୍ମ ନିର୍ମାଣ କରିଛୁ, ତେଣୁ ଲୋକମାନେ ଏହାକୁ ପସନ୍ଦ କରିବେ କି ନାହିଁ ତାକୁ ନେଇ ଚିନ୍ତା ଆଶଙ୍କା ବଢ଼ି ଯାଉଛ ।