ସାବିତ୍ରୀ ବାଈ ଫୁଲେ ଙ୍କ ଜୀବନ ଅପୂର୍ବ ସୌର୍ଯ୍ୟ ଓ ସଚ୍ଚୋଟତା ସମସ୍ତ ଙ୍କ ପାଇଁ ଗୋଟିଏ ଉଦାହରଣ ଅଟେ । ଭାରତ ର ପ୍ରତ୍ୟେକ ଶିକ୍ଷିତା ମହିଳା ତାଙ୍କର ରୁଣୀ ଅଟନ୍ତି । ସାବିତ୍ରୀ ବାଇ ଫୁଲେ ସମକାଳୀନ ଭାରତୀୟ ଶିକ୍ଷାର ଜନନୀ ଅଟନ୍ତି , ହୁଏତ ଏହା କେହି ଜାଣି ନଥିବେ । ସେ ଅବହେଳିତ, ଶ୍ରମିକ , ବୟସ୍କ , ସମେତ ଜାତି , ସମସ୍ତ ସମୁଦାୟ , ଓ ସମସ୍ତ ବର୍ଗ ର ଆୟୁ ବର୍ଗ ର ଲୋକଙ୍କୁ ଶିକ୍ଷିତ କରିବାର ଲକ୍ଷ୍ୟ ରଖିଥିଲେ । ସାବିତ୍ରୀ ଫୁଲେ ଜନଜାତି କନ୍ୟା ମାନଙ୍କ ପାଇଁ ପ୍ରଥମ ବିଦ୍ୟାଳୟ ଭିଡେବାଡା ପୁନେ ରେ ପ୍ରତିଷ୍ଠା କରିଥିଲେ ।
ଉନବିଂଶ ଶତାବ୍ଦୀରେ ଭାରତ ଅତ୍ୟନ୍ତ ଅବିକଶିତ ଓ ଜାତି ଭାବକୁ ନେଇ ଅନେକ ନିୟମ ପ୍ରଚଳିତ ଥିଲା । ନିମ୍ନ ଜାତିର ମହିଳା ଙ୍କ ସହିତ ନାରୀ ଶିକ୍ଷା ଉପରେ ପ୍ରତିବନ୍ଧକ ଲାଗି ଥିବା ସତ୍ତ୍ବେ ସାବିତ୍ରୀ ବାଇ ଫୁଲେ ନିଜ ସ୍ଵାମୀଙ୍କ ସହଯୋଗ ଓ ସହାୟତା ରେ ନିଜର ଶିକ୍ଷା ସମାପ୍ତ କରିଥିଲେ । ସମୂଚି ବ୍ରାହ୍ମଣବାଦି ବ୍ୟବସ୍ଥା ଉପରେ ପ୍ରହାର କରିବାର ସାହସ କରିଥିଲେ । ତାଙ୍କ ର ଚେଷ୍ଟା ଯୋଗୁଁ ହିଁ କେବଳ ୨୦୧୧ ରେ ଜନଗଣନା ଅନୁସାରେ ଭାରତରେ ମହିଳା ସାକ୍ଷରତା ଦର ୬୫.୪୬ % ହେବାରେ ସମ୍ଭବ ହୋଇଥିଲା
ସାବିତ୍ରୀ ବାଇ ଫୁଲେ ଶିକ୍ଷକ ସୁଧାର କୁ ଠିକ୍ କରିବା ସହିତ ସାମାଜିକ ସ୍ଥିତି କୁ ସୁଧାରିବା ରେ ବଡ ପରିବର୍ତ୍ତନ ଆଣିଥିଲେ । ଉନବିଂଶ ଶତାବ୍ଦୀ ରେ ସମାଜରେ ଜାତି ବାଦ ପ୍ରଥା ଖୁବ୍ ପ୍ରଚଳିତ ଥିଲା । ଯେପରିକି ସତୀ ପ୍ରଥା , ଅସ୍ପୃଶ୍ୟତା ଭଳି ସାକ୍ଷରତା ସ୍ତର ଖୁବ୍ କମ୍ ଥିଲା ଭାରତରେ ।ସେତେବେଳ ସମୟରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଥିବା ବେଳେ ବିଧବା ମାନଙ୍କ ନିକଟରେ ନ୍ୟୁନତମ ଅଧିକାର ରହିଥିଲା ।
ଯେଉଁ ସମୟରେ ସମାଜରେ ବ୍ରହ୍ମନବାଦୀ ଶାସନ ଚାଲିଥିଲା , ସାବିତ୍ରୀ ବାଇ ଫୁଲେ ସେହି ବ୍ୟବସ୍ଥା କୁ ଆହ୍ବାନ ଦେଇଥିଲେ । ଏହି କାରଣରୁ ଆଧୁନିକ ଭାରତର ବିକାଶ ରେ ଗୋଟିଏ ସମାଜ ସୁଧାରକ ଭାବରେ ତାଙ୍କ ଭୂମିକା ସର୍ବଦା ମହତ୍ତ୍ୱପୂର୍ଣ୍ଣ ରହିଛି ।
ଏହାପରେ ସାବିତ୍ରୀ ବାଇ ଫୁଲେ ମହିଳା ମାନଙ୍କ ଉନ୍ନତି ପାଇଁ ସମାଜରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ ଓ ମହିଳା ସେବା ମଣ୍ଡଳ ସ୍ଥାପନା କରିଥିଲେ । ଏଭଳିକି ସେହି ସମୟରେ ଜାତି ଭେଦ କୁ ନେଇ ସେ ନିଜ ଘର ଅଗଣାରେ ଗୋଟିଏ କୂଅ ଖୋଳି ଥିଲେ ଯେଉଁ ଥିରେ ସମସ୍ତ ଜାତି ବର୍ଗର ଲୋକେ ପାଣି ପିଉ ଥିଲେ ।
ସାବିତ୍ରୀ ବାଇ ଫୁଲେ ସେହି ନାରୀ ମାନଙ୍କ ପୀଡ଼ା କୁ ଅନୁଭବ କରୁଥିଲେ ଯେଉଁମାନେ ଯୌନ ଶୋଷଣ ର ଶିକାର ହୋଇ ଗର୍ଭ ଧାରଣ କରୁଥିଲେ ଓ ସମାଜରେ ଭୟ ର ଶିକାର ହୋଇ ଆତ୍ମହତ୍ୟା କୁ ଅପଣାଉ ଥିଲେ । ଏହାପରେ ସେ ଗର୍ଭବତୀ ପୀଡିତା ମାନଙ୍କ ଦେଖା ଚାହାଁ ପାଇଁ ଗୋଟିଏ କେନ୍ଦ୍ର ପ୍ରତିଷ୍ଠା କରିଥିଲେ , ଯାହାର ନାମ ଥିଲା ” ବାଳ ହତ୍ୟା ପ୍ରତିବନ୍ଧକ ଗୃହ ” ।
ସେ ନିଜ ଜୀବନ କାଳ ରେ ୧୮ ଟି ବିଦ୍ୟାଳୟ ସ୍ଥାପନା କରିଥିଲେ । ଯେତେବେଳେ ସେ ଶିକ୍ଷାଦାନ ପାଇଁ ବିଦ୍ୟାଳୟ କୁ ଯାଉଥିଲେ ତାଙ୍କ ଉପରେ ଗୋବର ଓ ପଥର ଫିଙ୍ଗା ଯାଉଥିଲା । ସେ ସର୍ବଦା ନିଚ ବର୍ଗର ମହିଳାଙ୍କ ଅଧିକାର ପାଇଁ ଲଢ଼ୁ ଥିଲେ । ୨୦୧୪ ରେ ମହାରାଷ୍ଟ୍ର ସରକାର ସାବିତ୍ରୀ ବାଇ ଫୁଲେ ଙ୍କ ଉଦ୍ଦେଶ୍ୟରେ ପୁନେ ବିଶ୍ଵବିଦ୍ୟାଳୟ ର ନାମ ପରିବର୍ତ୍ତନ କରିଥିଲେ । ସାବିତ୍ରୀ ବାଇ ଫୁଲେ ଙ୍କ ର ମୃତ୍ୟୁ ହୋଇ ନାହିଁ , ସେ ଅମର ଅଟନ୍ତି ଓ ପ୍ରତ୍ୟେକ ନାରୀ ଙ୍କ ଲେଖନୀ ରେ ତାଙ୍କର ଅବସ୍ଥିତି ରହିଛି ବୋଲି କୁହାଯାଇ ଥାଏ ।