୨୦୮୮ରେ, ଏକ ଅଜଣା ଭାଇରସ ସମଗ୍ର ପୃଥିବୀରେ ବ୍ୟାପିଯିବ, ଯାହା ଫଳରେ ମଣିଷ ଦ୍ରୁତ ଗତିରେ ବୃଦ୍ଧ ହୋଇଯିବ। ଏହି ଭାଇରସର ପ୍ରଭାବ ଏତେ ମାରାତ୍ମକ ହେବ ଯେ ଲୋକମାନେ ସେମାନଙ୍କ ଯୁବାବସ୍ଥାରେ ବୃଦ୍ଧାବସ୍ଥାରେ ପହଞ୍ଚିବେ ଏବଂ ସେମାନଙ୍କର ଆୟୁଷ ଯଥେଷ୍ଟ ହ୍ରାସ ପାଇବ। ଆଜି, ଯେତେବେଳେ ବିଶ୍ୱ ଜଳବାୟୁ ପରିବର୍ତ୍ତନ, ପ୍ରୟୋଗଶାଳା ଦ୍ୱାରା ର୍ନିମିତ ଭାଇରସ ଏବଂ ଜୈବିକ ଯୁଦ୍ଧର ବିପଦ ସହିତ ସଂଘର୍ଷ କରୁଛି, ଏକଥା ଆଣେ କହୁନାହୁଁ ଏହା ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ
ଭବିଷ୍ୟତ ସର୍ବଦା ମଣିଷକୁ ଆକର୍ଷିତ କରିଆସିଛି। ବୈଜ୍ଞାନିକମାନଙ୍କ ସହିତ, ଅନେକ ଏପରି ଅଛନ୍ତି ଯେଉଁମାନେ ଭବିଷ୍ୟତର ଭବିଷ୍ୟବାଣୀ କରିଛନ୍ତି। ସେହିଭଳି ଏକ ନାମ ହେଉଛି ପ୍ରସିଦ୍ଧ ବୁଲଗେରିଆନ ରହସ୍ୟବାଦୀ ବାବା ଭେଙ୍ଗା, ଯାହାଙ୍କୁ ବାଲକାନର ନୋଷ୍ଟ୍ରାଡାମସ ଭାବରେ ଜଣାଶୁଣା। ତାଙ୍କର ଭବିଷ୍ୟବାଣୀ ବାରମ୍ବାର ସତ୍ୟ ହେବା ସହିତ ଲୋକଙ୍କ ବିଶ୍ୱାସ ତାଙ୍କ ପ୍ରତି ଗଭୀର ହୋଇଥିଲା।