ପାଟନା: ବିଷାକ୍ତ ମଦ ପିଇ ୧୬ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ୪ ଜଣଙ୍କ ପରିବାର ମଦମୃତ୍ୟୁ ଘଟଣାକୁ ସ୍ୱୀକାର କରୁଥିବାବେଳେ ଅନ୍ୟ ମୃତକଙ୍କ ପରିବାର ଭିନ୍ନ କାରଣ ଦର୍ଶାଉଥିବା କୁହାଯାଇଛି । ଏହି ଘଟଣାରେ ପୋଲିସ ୫ ଜଣକୁ ଗିରଫ କରି ପଚରାଉଚରା କରୁଛି । ୨୦୧୬ରୁ ବିହାରରେ ମଦ ବିକ୍ରିକୁ ବେଆଇନ ଘୋଷଣା କରାଯାଇଥିଲେ ସୁଦ୍ଧା ପଡୋଶୀ ରାଜ୍ୟଗୁଡିକରୁ ଏହାର ବ୍ୟାପକ ଚୋରାଚାଲାଣ ହୋଇଆସୁଛି ।