ସ୍କୁଟି ଚାଳକଙ୍କୁ ୨୬ ହଜାର ଜରିମାନା-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): କୋଭିଡ୍ ପାଇଁ କୋହଳ ହୋଇଥିବା ଟ୍ରାଫିକ୍ ଚେକିଂ ପୁଣି ଜୋରଦାର ହୋଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଜଣେ ସ୍କୁଟି ଚାଳକଙ୍କଠାରୁ ୨୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଜରିମାନା ଦେଇଛନ୍ତି ।


ତେବେ ସେମାନେ ହେଲମେଟ୍ ପିନ୍ଧିନଥିବା ଅଭିଯୋଗରେ ଆରଟିଓ-୧ ତରଫରୁ ଏହି ଫାଇନ୍ କଟା ଯାଇଛି । ୧୮ ବର୍ଷରୁ କମ୍ ବୟସ ଓ ବିନା ହେଲମେଟ୍ ପାଇଁ ଏମାନେ ଫାଇନ ଦେଇଥିବା ଜଣାଯାଇଛି ।