ଭିଡିଓ Sex ଚାଟ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ

ସାଇବର ଠକେଇ ପାଇଁ ନୂତନ ଉପାୟ ମାନ ଖୋଜିବାରେ ଲାଗିଛନ୍ତି ସାଇବର ଠକ । ଭିଡିଓ ସେକ୍ସ ଚାଟ କରୁଥିଲେ ମାତ୍ର ମିନିଟକରେ ଆପଣଙ୍କ ଆକାଉଣ୍ଟ ଖାଲି ହେଇଯିବ । ଏପରି ଠକେଇ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହା ସହିତ ସାଇବର ଠକ ମାନେ ଠକେଇର ଏକ ନୂତନ ଉପାୟ ବାହାର କରିଛନ୍ତି । ତେବେ ଲୋକଙ୍କ ନିକଟରୁ ପଇସା ଆଦାୟ କରିବାର ସେକ୍ସୋଟର୍ସନ ନାମକ ଏକ ନୂତନ ଉପାୟ ବାହାର କରିଛନ୍ତି ସାଇବର ଠକ । ସେକ୍ସୁଆଲ ବ୍ଲାକମେଲିଂ ଜରିଆରେ ଅର୍ଥ ଆଦାୟର ନୂତନ ଉପାୟକୁ ସେକ୍ସୋଟର୍ସନ ବୋଲି କୁହାଯାଉଛି । ପୂର୍ବରୁ ଆମେରିକା ଏବଂ ୟୁରୋପରେ ଏହି ସେକ୍ସୋଟର୍ସନ ରହିଥିବା ବେଳେ ଧୀରେ ଧୀରେ ଏହା ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ।

ଆମ ଭିତରୁ ଅନେକ ଲୋକ ପାନ ଖାଇବାକୁ ପସନ୍ଦ କରନ୍ତି। ପ୍ରାୟତଃ ଲୋକେ ଖାଦ୍ୟ ଖାଇବା ପରେ ପାନ ଖାଆନ୍ତି। ଏମିତି କରିଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପାନ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶୁଭ କାର୍ଯ୍ୟରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ। ତେବେ ଏହା ହୁଏତ ବହୁତ୍‌ କମ୍‌ ଲୋକ ଜାଣିଥିବେ ଯେ ଅନେକ ରେଗ ଦୂର କରିବାରେ ପାନ ସହାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ପାନ ପତ୍ରର ଔଷଧିୟ ଗୁଣ ବିଷୟରେ –

ଚର୍ମରେ ଥିବା କଳା ଦାଗକୁ ଦୂର କରିବାରେ ପାନ ପତ୍ର ସହାୟକ ହୋଇଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଚର୍ମକୁ ଉଜ୍ବଳ କରିବା ଉପାଦାନ ଥାଏ।

ଚର୍ମ ସଂକ୍ରମଣ ଏବଂ ଆଲର୍ଜି ସମସ୍ୟା ଦୂର କରିବା ପାଇଁ ମଧ୍ୟ ପାନ ପତ୍ର ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଚର୍ମ ଆଲର୍ଜିକୁ ଭଲ କରିଥାଏ ।

ପାନ ପତ୍ରରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏଥିରେ ଥିବା ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ଫୁଲା ସମସ୍ୟାକୁ ହ୍ରାସ କରିଥାଏ।

କେବଳ ସେତିକି ନୁହେଁ ଯେଉଁମାନଙ୍କୁ କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହିଛି ସେମାନେ ସକାଳୁ ଗୋଟିଏ ପାନ ପତ୍ର ଚୋବାଇ ଖାଆନ୍ତୁ। ଏହି ପାନପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଆମର କାଶ ଭଳି ସମସ୍ୟାକୁ ଦୂର କରେ।