ଦୁଇ ବର୍ଷ ହେଲା ଏହି ଜୀବ ଉପରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇ ଆଶୁଚି। କରୋନା ମହାମାରୀ ପାଇଁ କେତେକାଂଶରେ ମଧ୍ୟ ବାଦୁଡ଼ିକୁ ଦାୟୀ କରାଯାଉଛି। ସଙ୍କେତକୁ ଆଧାର କରି ରାତିରେ ବିଚରଣ କରୁଥିବା ଜୀବ ହେଉଛି ବାଦୁଡ଼ି। ଏହା ମଧ୍ୟରେ ଏହି ସ୍ତନଧାରୀ ଜୀବକୁ ଅନ୍ଲାଇନ୍ ପୋଲ୍ ମାଧ୍ୟମରେ ‘ବାର୍ଡ ଅଫ୍ ଦ ଇଅର୍’ରେ ସମ୍ମାନିତ କରାଯାଇଛି। ନ୍ୟୁଜିଲାଣ୍ଡରେ ଲମ୍ବା ଲାଞ୍ଜଧାରୀ ବାଦୁଡି ଦେଖିବାକୁ ମିଳିଥାନ୍ତି। ଏହାକୁ ସ୍ଥାନୀୟ ଭାଷାରେ ପେକାପେକା-ତୋଉ-ରୋଡ୍ ବୋଲି କୁହାଯାଇଥାଏ।
ବାଦୁଡିକୁ ‘ବାର୍ଡ ଅଫ୍ ଦ ଇଅର୍’ରେ ସମ୍ମାନ ମିଳିଥିବାରୁ ପକ୍ଷୀ ପ୍ରେମୀମାନେ ସୋସିଆଲ ମିଡିଆରେ ଅନେକ ଲୋକ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମୟରେ ବାଦୁଡିର ଏହି ପ୍ରଜାତି ଗମ୍ଭୀର ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ବାଦୁଡିର ଅନେକ ବଦନାମ୍ ହୋଇଥିଲା ଓ ସେମାନଙ୍କର ପିଆର୍ ସହିତ ସମ୍ବନ୍ଧ ରହିଛି ବୋଲି କୁହାଯାଉଛି।
ପ୍ରିଡେଟର୍ କଣ୍ଟ୍ରୋଲ, ହ୍ୟାବିଟାଟ୍ ରେଷ୍ଟୋବେସନ ଓ କ୍ଲାଇମେଟ୍ ଆକ୍ସନ ଆଧାରରେ ଅନ୍ଲାଇନ୍ ଭୋଟିଂ କରାଯାଏ ବୋଲି ‘ବାର୍ଡ ଅଫ୍ ଦ ଇଅର୍’ର ପ୍ରବକ୍ତା କହିଛନ୍ତି। ତେବେ କେଉଁ ଉପାୟରେ ଜୀବମାନଙ୍କ ଅସ୍ତିତ୍ୱର ରକ୍ଷା ହୋଇ ପାରିବ ସେଥିପାଇଁ ସବୁବେଳେ ଚେଷ୍ଟା କରାଯାଏ।
ଏହି କାରଣରୁ ନ୍ୟୁଜିଲାଣ୍ଡରେ ଏକ ସମାରୋହ ଆୟୋଜିତ କରାଯାଇ ବିଲୁପ୍ତ ହେବାକୁ ଯାଉଥିବା ଜୀବମାନଙ୍କୁ ରକ୍ଷା କରିବା ସହିତ ସେମାନଙ୍କୁ ଉଚିତ ଆଶ୍ରୟ ସ୍ଥଳ ଦେବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ। ଏହି ଲମ୍ବା ଲାଞ୍ଜଥିବା ବାଦୁଡ଼ିଟି ମାତ୍ର ଆଙ୍ଗୁଳି ସମାନ। ଏହି ବାଦୁଡ଼ି ପ୍ରଜାତି ଉଡୁ ନଥିବା ଶୁଆ ବା ଫ୍ଲାଇଟ୍ଲେସ୍ ପ୍ୟାରଟ୍କୁ ହରାଇ ପ୍ରଥମ ସ୍ଥାନ ପ୍ରାପ୍ତ କରିଛି।