ଚୀନ କୋଇଲା ଖଣିରେ ଦୁର୍ଘଟଣା : ୧୪ ମୃତ

ନୂଆଦିଲ୍ଲୀ: ଚୀନ ଗୋଇଝୋଉରେ ଥିବା କୋଇଲା ଖଣିରେ ଗତ ୨୫ ତାରିଖରେ ଘଟିଥିବା ଦୁର୍ଘଟଣାରେ ସମସ୍ତ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଉକ୍ତ କୋଇଲା ଛାତ ଭୂଷୁଡି ପଡିଥିଲା । ଯାହା ଫଳରେ ଖଣି ତଳେ କାମ କରୁଥିବା ୧୪ ଜଣ ଶ୍ରମିକମାନେ ଫଶି ରହି ଯାଇଥିଲେ । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୧୦ ଦିନ ଧରି ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କିନ୍ତୁ ଏବେ ସମସ୍ତ ୧୪ ଜଣ ଶ୍ରମିକଙ୍କ ଶବ ଖଣିରୁ ବାହାର କରାଯାଇଛି । ସୂଚନାଯୋଗ୍ୟ ଯେ, କୋଇଲା ଖଣିର ଛାତ ଭୂଷୁଡି ପଡିଥିଲା ।

ଅନ୍ୟପକ୍ଷରେ ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲା ତାହା ଖଣିର ମୁଖ୍ୟ ପ୍ରବେଶ ଦ୍ୱାରରୁ ୩ କିମି ତଳେ ଥିଲା । ଏଣୁ ସେଠାରୁ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ସମ୍ଭବ ହୋଇପାରିନଥିଲା । ଏହି ମାମଲାର ତଦନ୍ତ ଜାରି ରହିଛି ।