ପୁଣି ଚିନ୍ତା ବଢାଇଲାଣି ଚୀନ: ବଢୁଛି କରୋନା ଭାଇରସ

ନୂଆଦିଲ୍ଲୀ: ପୁଣି ଚୀନରେ କରୋନା ସଂକ୍ରମଣ ବଢୁଥିବା ଜଣାପଡିଛି । ଏହି ସଂକ୍ରମଣ ବଢିବାରୁ ବେଜିଂରେ ମଲ୍‌ ସହ କିଛି ଅଞ୍ଚଳକୁ ଲକଡାଉନ କରାଯାଇଛି । ସଂକ୍ରମଣ ବଢୁଥିବାରୁ ହାଇ ଆଲର୍ଟରେ ରହିଛି ବେଜିଂ । ବେଜିଂର କେନ୍ଦ୍ରୀୟ ଜିଲ୍ଲା ଚାଓୟାଙ୍ଗ ଏବଂ ହାଡିୟାନରେ ୬ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଞ୍ଚଳରେ କଡା କଟକଣା ଲାଗୁ କରାଯିବ ସହ ସିଟି ମଲ୍‌କୁ ମଧ୍ୟ ସିଲ କରାଯାଇଥିବା ଜଣାପଡିଛି ।