ରାଜ୍ୟରେ ୧,୮୨୦ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୨୦ରେ ପହଞ୍ଚିଛି।୫ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୪ ଜଣ ହେଉଛନ୍ତି ପୁରୁଷ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପଟେ ରାଜ୍ୟରେ ଗତକାଲି ୩୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଉପରମୁହାଁ ହୋଇଛି ଏହି ଗ୍ରାଫ୍‌। ରାଜ୍ୟରେ ୪୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୬ ଜଣ କ୍ୱାରେଣ୍ଟାଇନ୍‌ରେ ହୋଇଥିବା ବେଳେ ୧୭୧ଟି ଲୋକାଲ୍ କେସ୍ ରହିଛି ‌।

ଅନୁଗୋଳ ଜିଲ୍ଲାରୁ ୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୪ , ବରଗଡ଼ରୁ ୧୭ , ଭଦ୍ରକରୁ ୪ , ବଲାଙ୍ଗିରରୁ ୨୦, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୨୫ , ଢେଙ୍କାନାଳରୁ ୨, ଗଞ୍ଜାମରୁ ୭, ଗଜପତିରୁ ୬, ଜଗତସିଂହପୁରରୁ ୬, ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୭ , କଳାହାଣ୍ଡିରୁ ୬, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୯ , କେନ୍ଦୁଝରରୁ ୬ , ଖୋର୍ଦ୍ଧାରୁ ୪୬ , କୋରାପୁଟରୁ ୭ , ମୟୂରଭଞ୍ଜରୁ ୨୪ , ମାଲକାନଗିରିରୁ ୪, ନୟାଗଡ଼ରୁ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୮, ପୁରୀରୁ ୧୮ , ସମ୍ବଲପୁରରୁ ୨୬ ଓ ସୁନ୍ଦରଗଡ଼ରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୯୬ରେ ପହଞ୍ଚିଥିବା ବେଳେ ୩,୧୯,୮୫୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୭୩ ଜଣ ଚିକିତ୍ସାଧୀନ ଅଛନ୍ତି।ଷ୍ଟେଟ୍‌ ପୁଲ୍‌ରୁ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।