ଏବେ ସବୁ ସଂସ୍ଥାରୁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଏବେ କାର କମ୍ପାନୀ, ଅଟୋମୋବାଇଲ୍‌ ଆସୋସିଏସନ୍‌ ଏବଂ ଏନଜିଓକୁ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଖୋଲିବାକୁ ଅନୁମତି ମିଳିବ । ଏହି ସବୁ ସଂସ୍ଥା ଡ୍ରାଇଭିଂ ପ୍ରଶିକ୍ଷଣ ପୂରା କରିଥିବା ଲୋକମାନଙ୍କୁ ଡିଏଲ ଜାରି କରିପାରିବେ । ସଡ଼କ ପରିବହନ ଅନୁଯାୟୀ କାର ନିର୍ମାଣ କରୁଥିବା କମ୍ପାନୀ, ଅଟୋ ମୋବାଇଲ ଆସୋସିଏସନ ଏବଂ ଏନଜିଓକୁ ମଧ୍ୟ ଡିଏଲ ଟ୍ରେନିଂ ସ୍କୁଲ୍‌ ଖୋଲିବାକୁ ଅନୁମତି ମିଳିବ । ଏବେ ଏହି ସବୁ ସଂସ୍ଥା ଡ୍ରାଇଭିଂ ଟେଷ୍ଟ ପାସ କରିଥିବା ଲୋକମାନଙ୍କୁ ଲାଇସେନ୍ସ ଜାରି କରିପାରିବେ ।