ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ ଶିଶୁ ମୃତ୍ୟୁ

ଭୋପାଳ : ମଧ୍ୟପ୍ରଦେଶର ଭୋପାଳ ସହରରେ ଥିବା ହସ୍ପିଟାଲ ପରିସରରେ ଥିବା କମଳା ନେହେରୁ ହସ୍ପିଟାଲର ଶିଶୁ ଚିକିତ୍ସାଳୟରେ ଘଟିଥିବା ଅଗ୍ନିକାଣ୍ଡରେ ୪ଜଣ ଶିଶୁଙ୍କର ମୃତ୍ୟୁ ହେବା ସହ ୩୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଏବେ ଅସ୍ପଷ୍ଟ । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଦୁଃଖପ୍ରକାଶ କରିବା ସହ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।