କୋଚି : କେରଳ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । କୌଣସି ବ୍ୟକ୍ତି ମହିଳାଙ୍କ ଜଙ୍ଘକୁ ଛୁଇଁଲେ ତାହା ଦୁଷ୍କର୍ମ ସହ ସମାନ ବୋଲି ଧରାଯିବ ବୋଲି କେରଳ ହାଇକୋର୍ଟ କହିଛନ୍ତି । ଏମିତି କରିବା ମହିଳାଙ୍କ ସହ ଦୁର୍ବ୍ୟବହାର ଏବଂ ଏହା ବଳାତ୍କାର ସଦୃଶ ବୋଲି ମଧ୍ୟ କହିଛନ୍ତି କୋର୍ଟ । ଜଣେ ଦୁଷ୍କର୍ମ ଅଭିଯୁକ୍ତର ମାମଲାରେ ଶୁଣାଣି କରିବା ବେଳେ କୋର୍ଟ ଏଭଳି ରାୟ ଶୁଣାଇଛନ୍ତି । ଏହି ମାମଲାରେ ତଳ କୋର୍ଟ ଜଣେ ବ୍ୟକ୍ତିକୁ ଦୁଷ୍କର୍ମକାରୀ ବୋଲି କହିଥିଲେ କାରଣ ସେ ନାବାଳିକାଙ୍କ ଶରୀରକୁ ଖରାପ ଉଦ୍ଦେଶ୍ୟରେ ଛୁଇଁଥିଲା । ଜଷ୍ଟିସ୍ ବିନୋଦ ଚନ୍ଦନ ଏବଂ ଜଷ୍ଟିସ୍ ଜିଆଦ ରହମାନଙ୍କ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ପୀଡ଼ିତାଙ୍କ ଜଙ୍ଘ ମଧ୍ୟରେ ଛୁଁଇବା ଭଳି ଯେକୌଣସି କାର୍ୟ୍ୟ ଶରୀରିକ ଉତ୍ପୀଡନ ଏବଂ ଏହା ଦୁଷ୍କର୍ମ ଅପରାଧ ସଦୃଶ । ଯଦି ସେମିତି କୌଣସି ବ୍ୟକ୍ତି କରୁଛନ୍ତି ତେବେ ଏହା ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ ଅଧୀନରେ ‘ଦୁଷ୍କର୍ମ’ ସହ ସାମନ ।