ମେଷ: ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ଉଚ୍ଚ ସ୍ତରକୁ ଉଠି ପାରିବେ । ଯଦି ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ମନରେ ସ୍ଥିର କରିଛନ୍ତି, ତାହେଲେ ତାକୁ ସ୍ଥଗିତ ରଖନ୍ତୁ । ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ ।
ବୃଷ: ଆଜି ଆପଣ ଯେଉଁ କାର୍ଯ୍ୟଆରମ୍ଭ କରିବେ ସେଥିରେ ସଫଳତା ମିଳିବାର ସମ୍ଭାବନା ଅଛି । ଦ୍ୱିପ୍ରହରରେ ବିତ୍ତୀୟ ଦେଣନେଣ ଉଭୟ ଲାଭଦାୟକ ଓ ସନ୍ତୋଷଜନକ ହେବ । ଆଜିର ଦିନ ଆଶାନୁରୂପକ ରୋମାଞ୍ଚକର ହୋଇ ନ ପାରେ । ସନ୍ଧ୍ୟା କଷ୍ଟଦାୟକ ଓ କ୍ଳାନ୍ତଭରା ହେବ ।
ମିଥୁନ: ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ଅଟେ । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ରହିବ । ବୃତ୍ତିଗତ ଜୀବନରେ ଆପଣ ଅସମ୍ପୁର୍ଣ୍ଣ ଥିବା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ପାରିବେ ଏବଂ ଏଥିପାଇଁ ପ୍ରଶଂସିତ ହେବେ । ଆଜି ଅର୍ଥଲାଭ ହେବ ମାତ୍ର ଏହା ସଙ୍ଗେସଙ୍ଗେ ଖର୍ଚ୍ଚର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇପାରେ । ମାତ୍ର ଆପଣ କିଛି ଅଯଥାରେ ଖର୍ଚ୍ଚ ନକରୁଥିବାରୁ ବ୍ୟସ୍ତ ହେବା ଉଚିତ ନୁହେଁ । ଆପଣ ନିଜର ବାର୍ତ୍ତାଳପରେ ସଂଯମତା ରକ୍ଷାକରନ୍ତୁ ।
କର୍କଟ: ନିଜ ପରିଵାରର ମୂଲ୍ୟବୋଧ ଓ ପରିକଳ୍ପନା ପାଇଁ ଆପଣଙ୍କର ସମ୍ମାନ ବଢ଼ିବ ଓ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରଚେଷ୍ଟା କରିବେ । ଆଜି ଆପଣ ଜଣେ ଆଶାଵାଦୀ ହେବେ । ଆପଣଙ୍କର ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ସନ୍ଧ୍ୟାରେ ପରିଵାର ସଦସ୍ୟଙ୍କ ସହିତ ସମୟ ବିତାଇ ଆନନ୍ଦଲାଭ କରିବେ ।
ସିଂହ: ଆପଣ ଏକକାଳୀନ ବିଷର୍ଣ୍ଣତା, ଶିଥିଳତା ଏବଂ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି । କିନ୍ତୁ ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆଜି ଦିନଟି ସେତେଟା ଶୁଭଫଳ ପ୍ରଦାନ କରିବ ନାହିଁ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଏବଂ ସରକାରୀ କାର୍ଯ୍ୟ କଲାବେଳେ ସତର୍କତା ଅବଲମ୍ଵନ କରି ନିଅନ୍ତୁ ।
କନ୍ୟା: ଆପଣଙ୍କ ପାଇଁ ଆଜିର ଦିନଟି ସର୍ବୋତ୍ତମ ଅଟେ । ଆପଣଙ୍କ ଭାଇଭଉଣୀ ଆପଣଙ୍କ ବ୍ୟକ୍ତିତ୍ୱର ଭଲପାଇବା ଦିଗରୁ ଆପଣଙ୍କୁ ଦେଖିପାରନ୍ତି ।ତେଣୁ ସେମାନଙ୍କ ସହ ମଧୁର ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆଜି ବନ୍ଧୁମିଳନର ସମ୍ଭାବନା ରହିଛି । ଆପଣ ଯେଉଁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ସହ ଆତ୍ମୀୟତା ଆହୁରି ଗାଢ ହୋଇପାରେ । ଅର୍ଥଲାଭ ହେବାର ସୁବର୍ଣ୍ଣ ସୁଯୋଗ ମିଳିପାରେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ । ଅଫିସରେ ନିଜ ଉପରେ ବ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ସାରିବେ ।
ତୁଳା: ପାରିବାରିକ ଜୀବନରେ ଆପଣ ଜିଦଖୋର ଏବଂ କଠୋର ସ୍ୱଭାବକୁ ପରିତ୍ୟାଗ କରି ଶାନ୍ତ ଓ ନମ୍ର ହୁଅନ୍ତୁ । ଆପଣ ନିଜର ଚଳଣିକୁ ପରିବର୍ତ୍ତନ କରିପାରିଲେ ପରିବାରରେ କୌଣସି ସମସ୍ୟା ରହିବନାହିଁ । ଆପଣ ଆଜି କୌଣସି ସିଦ୍ଧାନ୍ତରେ ଉପନିତ ହେବା ଅତ୍ୟନ୍ତ କଷ୍ଟକର ହେବ । ତେଣୁ ଆପଣଙ୍କୁ ଧୀରସ୍ଥିତ ଚିତ୍ତର ଅପେକ୍ଷା କରିବାକୁ ପଡିବ ତେବେ ନିଜର ମନୋବୃତ୍ତିକୁ ବଦଳାଇ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚି କାର୍ଯ୍ୟ ସମ୍ପୂର୍ଣ କରିନେବେ ।
ବିଛା: ଆଜି ଦିନଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭ ଅଟେ । ଆପଣ ନିଜର ମଳାପୀ ଓ ସ୍ନେହୀ ପ୍ରକୃତି ଯୋଗୁଁ ପ୍ରିୟଜନ ଓ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ । ହସଖୁସିରେ ସମୟ ବିତାଇବା ପାଇଁ ଏକ ପରିଭ୍ରମଣର ଆୟୋଜନ ଆଜିହିଁ କରିବେ ।
ଧନୁ: ପ୍ରଥମରୁ ଦିନଟି ଭଲରେ କଟିଲେ ଶେଷାର୍ଦ୍ଧରେ ମଧ୍ୟ ଭଲରେ କଟିବ । ମାତ୍ର ଦୁର୍ଭାଗ୍ୟ ବଶତଃ ଆପଣଙ୍କ କ୍ଷେତ୍ରରେ ତାହା ଘଟିବ ନାହିଁ । ତେଣୁ ସତର୍କତା ଅବଲମ୍ଵନ କରନ୍ତୁ । ଆପଣଙ୍କ ଖର୍ଚ୍ଚର ମାତ୍ରା ବୃଦ୍ଧି ପାଇପାରେ । ଆଜି ଦିନଟି ଆପଣଙ୍କ ପାଇଁ ସେତଟା ଶୁଭଦାୟକ ନୁହେଁ । ସାବଧାନତାର ସହ ଗାଡି ଚଲାନ୍ତୁ ନଚେତ୍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇପାରେ ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଆଜି ଦିନରେ ଆପଣ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସଙ୍ଗେ ମୌଜ ମଜଲିସରେ ସମୟ କାଟିବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ଅପ୍ରତ୍ୟାଶିତ ଭାବେ ଏକ ଶୁଭ କର୍ମକୁ ଧୁମଧାମରେ ପାଳନ କରିବାପାଇଁ ନିଜେ ଆଗରୁ ପ୍ରସ୍ତୁତ ରୁହନ୍ତୁ । ବିବାହ ପାଇଁ ଉତ୍କଣ୍ଠିତ ଥିବା ଯୁବକ ୟୁବତୀମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ ।
କୁମ୍ଭ: ସମସ୍ତ ପ୍ରକାର ନିର୍ଦ୍ଦିଷ୍ଟ କାର୍ଯ୍ୟ ସଠିକ୍ ସମୟରେ ଶେଷ ହୋଇଯାଇପାରେ । ଫଳରେ ଆପଣ ସାଙ୍କମାନଙ୍କ ମଧ୍ୟରେ ସମ୍ମାନ ରୂପରେ ଲାଭ ପାଇ ପାରିବେ । ଆପଣ ଭାବପ୍ରବଣତା ଏବଂ ଅସହାୟତା ଅନୁଭବ କରିବେ । ମାନସିକ ଶାନ୍ତତା ଏବଂ ମନର ସ୍ୱଛତାର ଅଭାବ ଆପଣଙ୍କୁ ଅସୁବିଧା ପକାଇବ । ଛାତ୍ରମାନେ ସେମାନଙ୍କର ପାଠପଢା କାର୍ଯ୍ୟକଳାପରେ ସଫଳତା ଅର୍ଜନ କରିବେ ।
ମୀନ: ବିଶ୍ରାମହୀନ, ଶିଥିଳତା ଏବଂ ଉତ୍କଣ୍ଠିତ ହୋଇ ଦିନଟିକୁ ଅଶାନ୍ତ କରନ୍ତୁ ନାହିଁ । ଯଥା ସମ୍ଭବ ନିଜେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାର ଆପଣଙ୍କ ମାନସିକ ଶାନ୍ତି ଫେରିଆସିବା ସହିତ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆପଣ ଉପକୃତ ହେବେ ।ବୃତ୍ତିଗତ ଜୀବନରେ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ଆଜି ସନ୍ଧ୍ୟାଟି ମଧୁମୟ ହେବ । ସିଦ୍ଧାନ୍ତ ନେବା ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ । କୌଣସି ଅତ୍ୟନ୍ତ ଜରୁରୀ ସିଦ୍ଧାନ୍ତକୁ ସେତେ ଗୁରୁତ୍ୱ ଦିଅନ୍ତୁ ନାହିଁ ।