ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ! ମୋର ତ୍ରୟୋବିଂଶତମ ଗୁରୁ ହେଉଛନ୍ତି – ଶର ନିର୍ମାତା। ମୁଁ ତାଙ୍କ ଠାରୁ ଆସନ ଓ ଶ୍ବାସକୁ ଜିଣି ବୈରାଗ୍ୟ ଓ ଅଭ୍ୟାସ ଦ୍ଵାରା ମନକୁ ପରମାତ୍ମାଙ୍କ ଠାରେ ଏକାଗ୍ର କରିବା ଶିଖିଛି ।
ଜଣେ ଶର ନିର୍ମାତା ଶର ଲକ୍ଷ୍ୟ କରିବାରେ ଏତେ ମଗ୍ନ ଥିଲେ ଯେ ସେହି ବାଟ ଦେଇ ରାଜାଙ୍କ ଥାଟ ଗଲେ ମଧ୍ୟ ସେ ଜାଣି ପାରିଲେ ନାହିଁ। ତୀକ୍ଷ୍ଣ ଏକାଗ୍ରତା , ବୈରାଗ୍ୟ ଓ ଅଭ୍ୟାସ ଦ୍ବାରା ମନକୁ ପରମାତ୍ମାଙ୍କ ଠାରେ ନିବେଶ କରିବା ଗୁଣ ଏଠାରୁ ଶିକ୍ଷା ମିଳେ ।
ଭାଗବତରୁ ଦୁଇ ପଦ :-
ସତ୍ତ୍ୱକୁ ଜିଣି ସତ୍ତ୍ୱ ଗୁଣେ । ନିର୍ବାଣ ପରମ କାରଣେ ।। ନିଶ୍ଚଳେ ଥାଇ ଆତ୍ମ ଧ୍ୟାନେ। ବାହ୍ୟ ଅନ୍ତର ନ ପ୍ରମାଣେ ।।
ଯେସନେ ଶରକାରୀ ପଥେ। ଶର ବିନ୍ଧଇ ହେଠ ମାଥେ ।। ତାର ନିକଟେ ରାଜା ଗଲା । ସେ ତାହା ଜାଣି ନ ପାରିଲା।।
ଏଣୁ ତାହାର ତହୁଁ ଦେଖି। ମୁଁ ଏବେ ଗୁରୁ ଶିକ୍ଷା ଶିଖି ।।