ମହେଶ୍ୱତାଙ୍କ ମହାନ: ୮୦୦ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଲଢେଇ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ଅନେକ ଜନସାଧାରଣ ଲୋକ ଓ ୟୁକ୍ରେନ ସେନା ମଧ୍ୟ ନିହତ ହୋଇଛନ୍ତି । ଏହାସହ ଅନେକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରୁଷ-ୟୁକ୍ରେନ ୟୁଦ୍ଧ ଭହାବହତା ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଜନ୍ମମାଟିକୁ ଫେରୁଛନ୍ତି ଭାରତୀୟ । ଭାରତୀୟଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାରଙ୍କ ଅପରେସନ ଗଙ୍ଗା ମାଧ୍ୟମରେ ସଫଳ ହୋଇଛି । ଆଉ ଏହାରି ଭିତରେ ଅଧିକ ଭୂମିକା ରହିଛି ପାଇଲଟମାନଙ୍କର । କୋଲକାତାର ମହେଶ୍ୱତା ଚକ୍ରବର୍ତ୍ତୀ ନାମକ ଜଣେ ପାଇଲଟ ୮୦୦ ଭାରତୀୟ ନାଗରିକଙ୍କୁ ୟୁକ୍ରେନ ସୀମାରୁ ସ୍ୱଦେଶ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ଏ ନେଇ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଉପସଭାପତି ପ୍ରିୟଙ୍କା ଶର୍ମା ସୂଚନା ଦେଇଛନ୍ତି । ସେ ଏକ ଟ୍ୱିଟ କରି କହିଛନ୍ତି ଯେ, ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସଭାପତି ତନୁଜା ଚକ୍ରବର୍ତ୍ତୀଙ୍କ ଝିଅ ମହେଶ୍ୱତା ଚକ୍ରବର୍ତ୍ତୀ । ଭାରତ ସରକାର ଅପରେସନ ଗଙ୍ଗା ମାଧ୍ୟମରେ ୨୦ ହଜାର ନାଗରିକଙ୍କୁ ଯୁଦ୍ଧକ୍ଷେତ୍ର ୟୁକ୍ରେନରୁ ସ୍ୱଦେଶ ଫେରୁଛନ୍ତି । ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୪ରେ ରୁଷ ସେନା ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରିବା ଆରମ୍ଭ କରିଥିଲା । ଏହା ପରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ଜଣେ ୨୪ ବର୍ଷୀୟ ମହେଶ୍ୱତା ଚକ୍ରବର୍ତ୍ତୀଙ୍କର ଏହି କାର୍ଯ୍ୟରେ ସାମିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି । ମହେଶ୍ୱତାଙ୍କ ଏହି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ କରାଯାଇଛି ।