ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଏକ ମାସରୁ ଅଧିକ ସମୟ ହେଲାଣି ଲାଗିରହିଛି । ଏହି ଯୁଦ୍ଧ ଥମିବାର ନା ମଧ୍ୟ ନେଉନାହିଁ । ରୁଷ ଉପରେ ଆମେରିକା ସମେତ ଅନେକ ପାଶ୍ଚାତ ଦେଶ ମଧ୍ୟ ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇବା ପରେ ବି ଏହି ଯୁଦ୍ଧ ଥମିବାର ନା ନେଉନାହିଁ । କିନ୍ତୁ ଏହି ଉଭୟଙ୍କ ଯୁଦ୍ଧ ମଧ୍ୟରେ ଭାରତ ଗସ୍ତ କରିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ । ସୂଚନାଯୋଗ୍ୟ ଯେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱ ଭାରତ ଉପରେ ଚାପ ପକାଉଛି । ଆଉ ଏହି ସମୟରେ ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଙ୍କରଙ୍କୁ ଭେଟିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ ।
ଅନ୍ୟପକ୍ଷରେ ଭାରତ ଓ ରୁଷ ଏକ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏହି ସମୟରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ଇଚ୍ଚାପ୍ରକାଶ କରିଛନ୍ତି । ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ କହିଛନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ତାଙ୍କୁ ଯେଉଁ ମେସଜ୍ ଦେଇଛନ୍ତି ତାହା ସେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ କହିବାକୁ ଚାହାନ୍ତି । ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ ଆହୁରି କହିଛନ୍ତି ଯେ, ରୁଷ ରାଷ୍ଟ୍ରପତି ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବେ ଆଲୋଚନା ଜାରି ରଖିଛନ୍ତି । ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ମୋ ଆଲୋଚନା ବିଷୟରେ ମଧ୍ୟ ଅବଗତ କରିବି । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିମ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଟିନଙ୍କ ବାର୍ତ୍ତା ଦେବାକୁ ଚାହୁଁଛି । ସେହିପରି ଅନେକ ସମସ୍ୟା ଭିତରେ ରୁଷ-ଭାରତ ସମ୍ପର୍କ ସୁଦୃଢ଼ ରହିଛି ଆସିଛି । ସେହିପରି ଦୁଇ ଦେଶ ମଧ୍ୟରେ ଅନେକ ଆଲୋଚନା ସଫଳ ହୋଇଛି ବୋଲି