ଆବଶ୍ୟକ ସାମଗ୍ରୀ
ଛତୁ ୫୦୦ଗ୍ରାମ, ପାଳଙ୍ଗ ୨ବିଡ଼ା, ଅଦା-ରସୁଣ ପେଷ୍ଟ ଏକ ଚାମଚ, କଟା ଟମାଟୋ ଅଧା କପ୍, କଟା ପିଆଜ ଏକ କପ୍, କ୍ରିମ୍ ଏକ ଚାମଚ, ଲଙ୍କା ଗୁଣ୍ଡ ଏକ ଚାମଚ, ହଳଦୀ ଗୁଣ୍ଡ ଏକ ଚାମଚ, ଗରମ ମସଲା ଏକ ଚାମଚ, ଜିରା ଅଧା ଚାମଚ, କଞ୍ଚା ଲଙ୍କା ୪ଟା, ତେଜପତ୍ର ୨ଟା, ଗୁଜୁରାତି ୨ଟା, ଡାଲଚିନି ଛୋଟ ଖଣ୍ଡେ, ଲବଙ୍ଗ ୨ଟା, ଲୁଣ ସ୍ୱାଦ ଅନୁସାରେ,କସୁରି ମେଥି ଏକ ଚାମଚ, ତେଲ ଆବଶ୍ୟକତା ଅନୁସାରେ।
ପ୍ରସ୍ତୁତ ପ୍ରଣାଳୀ
ପାଳଙ୍ଗ ଓ ଛତୁକୁ ଭଲ ଭାବେ ଧୋଇକରି ରଖନ୍ତୁ । ଏହା ପରେ ପାଳଙ୍ଗକୁ କିଛି ସମୟ ଗରମ ପାଣିରେ ଫୁଟାନ୍ତୁ। ପାଳଙ୍ଗ ଥଣ୍ଡା ହୋଇଯିବା ପରେ ଗ୍ରାଇଣ୍ଡ ରରେ ପାଳଙ୍ଗ, କଞ୍ଚା ଲଙ୍କା, ରସୁଣ ଓ ଅଦା ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏହା ପରେ ଚୁଲାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା, ଗୁଜୁରାତି, ଡାଲଚିନି, ଲବଙ୍ଗ, ତେଜପତ୍ର ପକାନ୍ତୁ ।
ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ନାଲି ହୋଇଯିବା ପରେ ଅଦା ରସୁଣବଟା ପକାଇ କିଛି ସମୟ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ କଟା ଟମାଟୋ ପକାନ୍ତୁ। ଟମାଟୋ କଷି ହୋଇଯିବା ପରେ ଛତୁ ପକାଇ କିଛି ସମୟ ଭାଜନ୍ତୁ। କିଛି ସମୟ ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କସୁରି ମେଥି, ଗରମ ମସଲା ଓ ଲୁଣ ପକାଇ କଷନ୍ତୁ। ଛତୁ କଷି ହୋଇଯିବା ପରେ ସେଥିରେ ପାଳଙ୍ଗ ବଟା ଓ ଅଳ୍ପ ପାଣି ଦେଇ ଧିମା ଆଞ୍ଚରେ କିଛି ସମୟ ବସାନ୍ତୁ। ଗ୍ରେଭି ଟିକେ ବହଳିଆ ହୋଇଯିବା ପରେ ସେଥିରେ କ୍ରିମ୍ ପକାଇ ପ୍ଲେଟକୁ କାଢ଼ି ଗରମ ଗରମ ପରଷନ୍ତୁ।