ଶୁଦ୍ଧ ବ୍ରହ୍ମ କିଛି କରେ ନାହିଁ । ସେ କର୍ତ୍ତା ନୁହନ୍ତି କିନ୍ତୁ ସର୍ବତ୍ର ସମାନ ଭାବରେ ବ୍ୟାପ୍ତ । ସେ କେବଳ ନିତ୍ୟ ଜ୍ଞାନ ଓ ଆନନ୍ଦ ରୂପରେ ପ୍ରକାଶିତ ହୋଇଥାନ୍ତି ।ବ୍ରହ୍ମଙ୍କ ଠାରୁ କିଛି ଜାତ କିମ୍ୱା ସୃଷ୍ଟି ହୋଇ ନ ଥାଏ। ଈଶ୍ୱରଙ୍କୁ ସବୀଜ ବ୍ରହ୍ମ କୁହାଯାଏ । ଯେଉଁ ଠାରେ ସୃଷ୍ଟି ରଚନାର ସାମର୍ଥ୍ୟ ଅଛି , ଯିଏ କର୍ତ୍ତା ଅଟନ୍ତି , ତାଙ୍କୁ ଈଶ୍ୱର କୁହାଯାଏ । ଈଶ୍ବରଙ୍କ ଠାରୁ ହିଁ ସବୁକିଛି ଜାତ ହୋଇଥାଏ । ତେଣୁ ଗୁଣଯୁକ୍ତ , ମାୟାଯୁକ୍ତ ବ୍ରହ୍ମଙ୍କୁ ଈଶ୍ୱର କୁହାଯାଏ ।
ଶରୀର ଧାରୀ ଈଶ୍ୱରଙ୍କୁ ଅବତାର କୁହାଯାଏ ଯେପରିକି ଶ୍ରୀରାମ , ଶ୍ରୀକୃଷ୍ଣ ଇତ୍ୟାଦି….
ଯିଏ ନିଜର ବ୍ରହ୍ମତ୍ୱକୁ ଜାଣେ ନାହିଁ ଏବଂ ବାରମ୍ବାର ବିଭିନ୍ନ ଶରୀର ମଧ୍ୟରେ ଯାହାର ଆବାଗମନ ଲାଗି ରହିଥାଏ , ତାକୁ ଜୀବ କୁହାଯାଏ। ଯିଏ ଏହି ରହସ୍ୟକୁ ନିଜର ବ୍ରହ୍ମତ୍ୱକୁ ଜାଣିଯାଏ , ତାକୁ ଜ୍ଞାନୀ କୁହାଯାଏ । ଯିଏ ଏହାକୁ ଜାଣି ଅନ୍ୟକୁ ଜଣାଏ , ତାଙ୍କୁ ଗୁରୁ କୁହାଯାଏ । ଯିଏ ଏହି ସବୁକୁ ନ ଜାଣି ମଧ୍ୟ ଗୁରୁ ଶାସ୍ତ୍ର ପୁରାଣ ଇତ୍ୟାଦିଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରଖି ରାମ , କୃଷ୍ଣ ,ଗୁରୁଙ୍କୁ ଭଗବାନ ମାନି ମନ୍ଦିରରେ ପ୍ରେମ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କରେ , ତାଙ୍କୁ ଭକ୍ତ କୁହାଯାଏ ।