ନୂଆଦିଲ୍ଲୀ: ଆଜି ଦିନ ୧୨ଟାରେ ବାହାରିବ ସିବିଏସଇ ଦଶମ ପରୀକ୍ଷା ଫଳ। ଏନେଇ ସିବିଏସଇ ଏଚକ୍ୟୁ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାାଇଛି। ଛାତ୍ରଛାତ୍ରୀମାନେ https://cbseresults.nic.in କିମ୍ବା https://cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ପାଇ ପାରିିବେ। ଏହା ପୂର୍ବରୁ ଜୁଲାଇ ୩୦ରେ ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୩ ପ୍ରତିଶତ ଛାତ୍ର ପାସ୍ କରିଥିଲେ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଥିଲା।