ସନାତନ ସଂସ୍କୃତିରେ ତୁଳସୀ ପୂଜନର ମହତ୍ୱ ଅନେକ ଅଛି। ପ୍ରତ୍ୟେକ ଘର ଅଗଣାରେ ତୁଳସୀ ଗଛ ରହିଥାଏ । ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ତୁଳସୀ ପୂଜା କରିବାର ବିଧି ରହିଛି। ତେବେ ତୁଳସୀଗଛ କିମ୍ବା ତୁଳସୀ ଚଉରାକୁ କେଉଁଠି ଓ କେମିତି ସ୍ଥାପନା କରାଯିବ, ସେ ସମ୍ପର୍କରେ ଅନେକ ନିୟମ ରହିଛି। ଏଥିରେ ବ୍ୟତିକ୍ରମ ଘଟିଲେ ଅଶୁଭ ପରିମାଣ ମିଳିଥାଏ। ତେବେ କେଉଁ କେଉଁ ସ୍ଥାନରେ ତୁଳସୀ ଗଛ ସ୍ଥାପନା କରାଯିବା ପାଇଁ ବାରଣ ରହିଛି :-
ଶୁଭ-ଅଶୁଭ ତୁଳସୀ ସ୍ଥାପନା ସମ୍ପର୍କରେ ….
>ଜାତକରେ ବୁଧ ଗ୍ରହ ଖରାପଥିଲେ ଛାତ ଉପରେ ତୁଳସୀ ଗଛ ରଖନ୍ତୁ ନାହିଁ।
>ଦକ୍ଷିଣ ଦିଗରେ ତୁଳସୀଗଛ ଲଗାଇବା ଉଚିତ ନୁହେଁ।
>ତୁଳସୀ ଗଛ ନିକଟରେ ଅନ୍ୟ କୌଣସି ଗଛ କିମ୍ବା ଲତାଜାତୀୟ ଗଛ ଲଗାଇବା ଉଚିତ ନୁହେଁ।
>ଘର ଅଗଣାରେ ତୁଳସୀ ଗଛଥିଲେ, ସେଠାରେ ଜୋତା, ଚପଲ ଓ ଛାଞ୍ଚୁଣି ଆଦି ରଖନ୍ତୁ ନାହିଁ।
>ତୁଳସୀ ଗଛକୁ ରାତିରେ ପାଣି ଦିଅନ୍ତୁ ନାହିଁ।
ଯଦି ବାଲ୍କୋନିରେ ତୁଳସୀ ଗଛ ରଖିଛନ୍ତି, ତେବେ ସେଠାରେ କେଶ କୁଣ୍ଡାନ୍ତୁ ନାହିଁ। ତୁଳସୀ ଗଛ ଉପରେ କେଶ ଉଡ଼ି ପଡ଼ିବା ଅଶୁଭ ହୋଇଥାଏ।