ଯାତ୍ରୀବାହୀ ବସରେ ଲାଗିଲା ନିଆଁ

ପୁଣେ : ଦ୍ରୁତ ଗତିରେ ଯାଉଥିବା ବସରେ ହଠାତ୍‌ ଲାଗିଲା ନିଆଁ । ଡ୍ରାଇଭର ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଯାଇଥିଲା ୩୦ଜଣ ଯାତ୍ରୀ । ସାମାନ୍ୟ ଆହତ ହୋଇଛନ୍ତି ସମସ୍ତ ଯାତ୍ରୀ । ପିମ୍ପିରିରୁ ଗୁରୁଭକୁ ଯାଉଥିବା ବେଳେ ବସର ଇଞ୍ଜିନରେ ସର୍ଟ ସର୍କିଟ ହୋଇଥିଲା । ହଠାତ୍‌ ନିଆଁ ଲାଗିଯିବାରୁ ବିପଦରେ ପଡିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଡ୍ରାଇଭର । ତୁରନ୍ତ ସେଠାରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ।