ପୁଣି ୨୫ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ

ନୂଆଦିଲ୍ଲୀ: ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି । ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨କିଲୋଗ୍ରାମ ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇଛି ।

ଜୁନ ମାସରେ ଦିଲ୍ଲୀରେ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୮୦୯ ଟଙ୍କା ଥିଲା, ଯାହାକି ଜୁଲାଇ ମାସରେ ବୃଦ୍ଧି ପାଇ ୮୩୪ ଟଙ୍କାରେ ପହଞ୍ଚିଥିଲା। ଯଦି ଚଳିତ ବର୍ଷ ଜାନୁଆରି ମାସରୁ ଏପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ବୃଦ୍ଧିକୁ ନଜର କରାଯିବ ତେବେ ମୋଟ ୧୬୫ ଟଙ୍କା ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ପରେ କୋଲକତାରେ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୮୮୯ ଟଙ୍କା ରହିଛି, ମୁମ୍ବାଇରେ ୮୫୯.୫୦ ଓ ଲକ୍ଷ୍ନୌରେ ୮୯୭.୫ ଟଙ୍କା ରହିଛି ।