ଓମକ୍ରିନ ପାଇଁ ଅଣ୍ଡର-୧୬ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଜୟ ମର୍ଚାଣ୍ଟ ଅଣ୍ଡର-୧୬ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଛି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୯ରୁ ଆରମ୍ଭ ହୋଇଥାନ୍ତା । ରିପୋର୍ଟ ଅନୁସାରେ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ ଘରୋଇ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଭଲରେ ଆରମ୍ଭ ହୋଇଥିଲା ।

ଏବେସୁଦ୍ଧା ୭୪୮ଟି ମୁକାବିଲା ଖେଳାଯାଇଛି । ହଠାତ କରୋନାର ବଢିବାରେ ଲାଗିଛି । ତେଣୁ ବାଧ୍ୟ ହୋଇ ବିଜୟ ମର୍ଚାଣ୍ଟ ଅଣ୍ଡର-୧୬ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାକୁ ପଡୁଛି । ସେ କହିଛନ୍ତି ଯେ ଯଦି ଏବେଠୁ ସୁରକ୍ଷା ଉପରେ ଧ୍ୟାନ ନ ରଖାଯାଏ ତେବେ ମାମଲା ବଢିପାରେ । ତେଣୁ ଆଲୋଚନା ପରେ ଏହିି ନିଷ୍ପତ୍ତି ନିଆଯାଇଛି ।