ନୂଆଦିଲ୍ଲୀ: ଯଦି ଆପଣମାନଙ୍କ ପାଖରେ ଘରର ଛାତ ଅଛି ତାହେଲେ ଭାବିନିଅନ୍ତୁ ଆପଣକଂ ପାଖରେ ଅଧିକ ଆୟ କରିବାର ରାସ୍ତା ଅଛି । ଆସନ୍ତୁ ଜାଣିବା, ଛାତରେ ଆପଣ ପୁରୁଣା ଡବା ବ୍ୟବହାର କରି ଏକ ଛୋଟ ଫାର୍ମ କରିପାରିବେ । କ୍ୟରୀ ନାମକ ଏକ ମଡେଲ ଅଚି, ଯାହାର ବ୍ୟବହାର କରି ଘରେ ଘରର ଛାତ ଉପରେ ଚାଷ କରିବା ପାଇଁ ବ୍ୟବହାର କରାଯାଏ । ଏଥିରେ କମ୍ପୋଷ୍ଟ, ମାଟି ମିଶ୍ରଣ ବ୍ୟବହାର କରାଯାଏ।
ବିନା ରାସାୟାନିକ ପଦାର୍ଥ ବ୍ୟବହାର କରି ଭଲ ସବୁଜ ପନିପରିବା ଚାଷ କରିପାରିବେ । ପାଣି କଖାରୁ, ବାଇଗଣ , କଖାରୁ ଓ କଲରାରେ ଅଧିକ ଖର୍ଚ୍ଚ ହୁଏ ନାହିଁ । ଏଥିପାଇଁ କେବଳ ବଜାରରୁ ମଂଜି ଅଣାଯାଏ । ସେହିପରି ଆପଣ ଘରେ ଥିବା ଗ୍ରୀନ କମ୍ପୋଷ୍ଟର ବ୍ୟବହାର କରିପାରିବେ । ଏବଂ ଏଥିରେ ଖର୍ଚ୍ଚ ବି କମ ଆସିବ ।
ମିଡିଆ ରିପୋର୍ଟସ ଅନୁସାରେ ଯଦି ଆପଣ ପାଣି କଖାରୁ, କଖାରୁ କିମ୍ବା କଲରା ଭଳି ଫସଲ କରି ବିକ୍ରି କରନ୍ତି, ତେବେ ଏଥିରୁ ୨୦ ରୁ ୫୦ ଟଙ୍କା ପ୍ରତି କିଲୋ ରେ ବିକ୍ରି କରିପାରିବେ । ଖାସ କଥା ହେଲା ଏଥିରେ ଆପଣଙ୍କୁ ୩ ମାସ ଯାଏଁ ପରିବା କିଣିବା ଦରକାର ପଡିବନି ।
ପନିପରିବାର ମୂଲ୍ୟ ସର୍ବଦା ବଜାର ଉପରେ ନିର୍ଭର କରିଥାଏ ।