ଟ୍ରିପଲ ଟ୍ରେନ ଦୁର୍ଘଟଣାରେ ସାରା ବିଶ୍ବ ସ୍ତବ୍ଧ ଥିବାବେଳେ; ମଣିଷ ଜୀବନର ମୂଲ୍ୟ ଟଙ୍କାରେ ତଉଲି ବିଜେପି-ବିଜେଡି ଖୁସ୍

ଭୁବନେଶ୍ବର: ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାର ମୂଳ କାରଣ ଜଣାପଡିଛି ବୋଲି ଡେଙ୍ଗୁରା ପିଟିଚନ୍ତି ରେଲୱେ ମିନିଷ୍ଟର । ଦୁର୍ଘଟଣା ସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ସମୟରେ ଏଭଳି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥିପାଇଁ ଯିଏ ଦାୟୀ ତାକୁ ଚିହ୍ନଟ କରାଯାଇଛି । ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏତେ ବଡ ଅଘଟଣ ଘଟିଛି। ଏଠାରେ ବଡ଼ ପ୍ରଶ୍ନବାଚି ଏତେ ବଡ ଅଘଟଣ ପାଇଁ ପ୍ରଥମେ ରେଲୱେ ମିନିଷ୍ଟର ଯାହାକି ତାଙ୍କୁ ଦିଆଯାଇ ଥିବା ଗୁରୁ ଦାୟିତ୍ଵ ନିଭାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଦ୍ୱିତୀୟତଃ ବଡ଼ ଦୁଃଖର ବିଷୟ ସମ୍ପୂର୍ଣ୍ଣ ରେଲୱେ ବିଭାଗକୁ ବଡ଼ ଦାୟିତ୍ଵବାନ୍ ଚିହ୍ନଟ କରି ଗୁରୁ ଦାୟିତ୍ଵ ଦେଇଛନ୍ତି ମୋଦୀଜୀ । କିନ୍ତୁ ଦେଖନ୍ତୁ ଏଠାରେ କାହାକୁ ଭରଷା ଯୋଗ୍ୟ ଅଧିକାରୀ ବୋଲି ତାଙ୍କ ଭରଷାରେ ମୁଁ କାମ କରିବି? ଏକଥା ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ସ୍ଥଳରେ ଖୋଦ୍ ପ୍ରାଇମିନିଷ୍ଟର୍ ମୋଦୀ ପହଞ୍ଚି ପ୍ରମାଣ ଦେଇଛନ୍ତି।

କେମିତି ଏତେ ବଡ଼ ଅଘଟଣ ଘଟିଗଲା ? କାହାର ଦାୟିତ୍ବହୀନତା ପାଇଁ ଏମିତି ହେଲା ? ଦୋଷ କାହାର ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠୁଥିବା ବେଳେ ଦୁର୍ଘଟଣାର କାରଣ ଏବେ ପ୍ରଥମତଃ ରେଳମନ୍ତ୍ରୀ ଙ୍କ ଠାରୁ ଆରମ୍ଭକରି ଦୁର୍ଘଟଣାର ପୁଙ୍ଖନୁ ପୁଙ୍ଖ ତଦନ୍ତ ହେବା ଜରୁରୀ ବୋଲି ଜନସାଧାରଣରେ ଚର୍ଚ୍ଚା ପାଲଟିଛି।

ସେହିପରି ଓଡ଼ିଶାରେ ଏଭଳି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟି ନଥିଲା । ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନ୍ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିଲା ବେଳେ ଆହତଙ୍କ ସଂଖ୍ୟା ହଜାରେ ଟପିଛି । ରେଳବାଇ ସୂଚନା ଅନୁସାରେ ବିଭିନ୍ନ ଡାକ୍ତରଖାନାରେ ଆହତ ଚିକିତ୍ସିତ ହେଉଛନ୍ତି । ଏହି ଲାଇନରେ ଟ୍ରେନ-ଟ୍ରେନ ମଧ୍ୟରେ ଦୁର୍ଘଟଣା ରୋକିବା ପାଇଁ କବଚ ସିଷ୍ଟମ ବ୍ୟବହାର କରାଯାଇ ନଥିଲା ବୋଲି ଜଣାପଡ଼ିଛି ।

ଏକ ବ୍ୟସ୍ତବହୁଳ ଲାଇନ ପ୍ରତି ଏଭଳି ବେପରୁଆ ମନୋଭାବ ରେଳବାଇ ପକ୍ଷେ ଆଦୌ ଶୋଭନୀୟ ନୁହେଁ ବୋଲି ଲୋକଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୁର୍ଘଟଣା ଘଟିବା ପରେ ରେଳବାଇର ଦୁର୍ବଳତା ଧରାପଡ଼ିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ପ୍ରଭୃତି କ୍ଷମତାଶାଳୀ ନେତାମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କ’ଣ ମୃତକ ଜୀବନ ଫେରିପାଇବେ ।

ଏପଟେ ଦୁର୍ଘଟଣାର ଖୋଳତାଡ଼ କରିବାକୁ ପହଞ୍ଚିଛନ୍ତି ସିବିଆଇ ଅଧିକାରୀ । ବାହାନଗା ବଜାର ଷ୍ଟେସନ୍‌‌ ରେଳ ଦୁର୍ଘଟଣାରେ ଗତକାଲିଠାରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରେ ରେଳ ସୁରକ୍ଷା ଆୟୁକ୍ତ (ଆରଏସ୍‌‌ସି) ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଛନ୍ତି। ସିବିଆଇ ମଧ୍ୟ ଆଜି ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରିଛି। ଷ୍ଟେସନର ସିଗନାଲ ରୁମରେ ଖୋଳତାଡ଼ ଆରମ୍ଭ ହୋଇଛି।

ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସ୍‌‌ର ଦୁଇ ଚାଳକ ଗୁଣନିଧି ମହାନ୍ତି, ସହକାରୀ ଲୋକୋ ପାଇଲଟ୍‌‌ ହଜାରି ବେହେରା ଓ ଗାର୍ଡ ରେଳ ସୁରକ୍ଷା ଆୟୁକ୍ତଙ୍କୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବାହାନଗା ଷ୍ଟେସନ୍‌‌ରେ ମାଲ ଗାଡ଼ି ଛିଡ଼ା ହୋଇଥିବା ଲୁପ୍‌‌ ଲାଇନ୍‌‌ରେ ଯିବା ପାଇଁ କରମଣ୍ଡଳ ଏକ୍ସପ୍ରେସ୍‌‌କୁ ସବୁଜ ସଙ୍କେତ ମିଳିଥିଲା। ନିୟମ ଅନୁସାରେ ଲୁପ୍‌‌ଲାଇନ୍‌‌ରେ ଲାଲ୍‌ବତି ଜଳିବା କଥା; କିନ୍ତୁ ସେଠାରେ ସବୁଜ ବତି ଜଳୁଥିଲା। ସେହିପରି ଟ୍ରେନ୍‌‌ ବି ନିର୍ଦ୍ଧାରିତ ବେଗରେ ଚାଲୁଥିଲା। ରେଳବାଇର ସିଗନାଲ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ହୋଇଥିବା ବେଳେ ଏଥିରେ ତ୍ରୁଟିର ସମ୍ଭାବନା ଆଦୌ ନାହିଁ। ଏପରିସ୍ଥଳେ ଲାଲ୍‌‌ ସିଗନାଲ ବଦଳରେ ସବୁଜ ସିଗନାଲ ଦିଆଯିବା ଅପରାଧିକ ଷଡ଼ଯନ୍ତ୍ର ଦିଗକୁ ଇଙ୍ଗିତ କରୁଛି। ଲୋକୋ ପାଇଲଟ୍‌‌ ଓ ସହକାରୀ ଲୋକୋ ପାଇଲଟ୍‌‌ ଏବେ ଭୁବନେଶ୍ୱରରେ ଥିବା ଏକ ଘରୋଇ ଡାକ୍ତରଖାନାର ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଟ୍ରିପଲ ଟ୍ରେନ ଦୁର୍ଘଟଣା ଗତ ଶୁକ୍ରବାର ରାତିରେ ବାହାନଗା ଷ୍ଟେସନ ନିକଟରେ ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସାରା ବିଶ୍ବ ସ୍ତବ୍ଧ ହୋଇଯାଇ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ, ଦୁର୍ଘଟଣାରେ ୨୮୮ ପ୍ରାଣହାନି ସହ ପାଖାପାଖି ଏକ ହଜାର ଯାତ୍ରୀ ଆହତ ହୋଇଥିଲେ ।