‘ଏଭେରେଷ୍ଟ ତୁଳନାରେ ଶହେଗୁଣ ଉଚ୍ଚତା ବିଶିଷ୍ଟ ପର୍ବତ ମାଟିତଳେ ଅଛି’

‘ପୃଥିବୀ ଗର୍ଭରେ ଏଭେରେଷ୍ଟ ଶୃଙ୍ଗଠାରୁ ଆହୁରି ବିଶାଳ ପର୍ବତ ରହିଛି, କିନ୍ତୁ ତାକୁ ଦେଖିବା ସମ୍ଭବପର ନୁହେଁ ।’ ଭାରତର ବିଶେଷଜ୍ଞ ମଣ୍ଡଳୀ ଦୃଢ଼ତାର ସହ ଏହି କଥା କହିଛନ୍ତି ।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ‘ନେଚର୍’ରେ ଭାରତୀୟ ବୈଜ୍ଞାନିକ ମଣ୍ଡଳୀ ଉଲ୍ଲେଖ କରିଛନ୍ତି ଯେ ପୃଥିବୀ ପୃଷ୍ଠରୁ ପ୍ରାୟ ୧୨୦୦ ମାଇଲ ଗଭୀରତମ ପ୍ରଦେଶରେ ହଜାର ହଜାର କିଲୋମିଟର ଓସାର ଓ ଏଭେରେଷ୍ଟ ଶୃଙ୍ଗ ତୁଳନାରେ ପ୍ରାୟ ୧୦୦ ଗୁଣ ଉଚ୍ଚତା ବିଶିଷ୍ଟ ପର୍ବତ ରହିଛି ।

ତେବେ ସେହି ପର୍ବତଟି ପୃଥିବୀ ପୃଷ୍ଠରେ ରହି ନଥିବା କାରଣରୁ ସାଧାରଣ ଲୋକ ଦେଖିବା ସମ୍ଭବ ନୁହେଁ ।

ଭୂକମ୍ପର କେନ୍ଦ୍ରସ୍ଥଳ, ଗତିପଥ, ତୀବ୍ରତା, ଭୟଙ୍କର ରୂପ, ଶବ୍ଦ, କ୍ଷମତା, ଦକ୍ଷତା ଅନୁଧ୍ୟାନ କରିବା ପରେ ଭୂବିଜ୍ଞାନୀ ମହଲ ଯାହା ଜାଣିବାକୁ ପାଇଛନ୍ତି, ତାହା ରିପୋର୍ଟରେ ପ୍ରକାଶ ପାଇଛି ।

ଭୂଗର୍ଭରେ ରହିଥିବା ବହୁ ଶିଳାସ୍ତର ପରସ୍ତ ପରସ୍ତ ହୋଇ ରହିଛନ୍ତି । ଗୋଟିଏ ଶିଳାସ୍ତର ଉପରେ ଆଉ ଗୋଟିଏ ଶିଳାସ୍ତର ରହିଛି ।

ପୃଥିବୀର ସୃଷ୍ଟି ସଂପର୍କୀତ ଯେତିକି ତଥ୍ୟ ଆମେ ହାସଲ କରିଛେ, ସେସବୁ ମାମୁଲି । ପୃଥିବୀର ରହସ୍ୟ ଜାଣିବା ପାଇଁ ଆହୁରି କେତେ ଶତାବ୍ଦୀ ଲାଗିଯିବ, ତାହା କଳ୍ପନାତୀତ ।