ବେଶି ବଡ଼ ନୁହେଁ, ତଥାପି ବିପଦମୁକ୍ତ ବି ନୁହେଁ । ୪୭ ଫୁଟ ଓସାର ଆକାର ଗ୍ରହାଣୁପିଣ୍ଡଟିଏ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ବିଷୟ ଜଣାଇଛି ନାସା ।
୨୦୨୫ସିଭି ନାମକ ଉକ୍ତ ଗ୍ରହାଣୁପିଣ୍ଡର ପ୍ରତିଟି ଗତିବିଧି ଉପରେ ନାସା ବିଜ୍ଞାନୀମାନେ ଦୃଷ୍ଟି ରଖିଛନ୍ତି । ଫେବୃଆରୀ ୧୨ ତାରିଖ ଦିନ ଗ୍ରହାଣୁପିଣ୍ଡଟି ପୃଥିବୀର ଅତି ନିକଟତର ହେବ ଓ ତା’ ବାଟରେ ଚାଲିଯିବ ।
ପୃଥିବୀଠାରୁ ଚନ୍ଦ୍ରର ଦୂରତା ଯେତିକି, ତା’ର ୫ ଗୁଣ ଦୂରତା ଅର୍ଥାତ୍ ୨୯,୬୦,୦୦୦ ମାଇଲ ଦୂରତାରେ ରହିଛି ୨୦୨୫ସିଭି । ଏବେ ଗ୍ରହାଣୁପିଣ୍ଡଟି ଘଂଟାକୁ ପ୍ରାୟ ୨୧,୦୭୨ ମାଇଲ ବେଗରେ ପୃଥିବୀ ଆଡ଼କୁ ଆସୁଛି । ୧୨ ତାରିଖ ଦିନ ପ୍ରାୟ ୨ ଟା ୫୨ ମିନିଟ ବେଳକୁ ଗ୍ରହାଣୁପିଣ୍ଡଟି ପୃଥିବୀର ଅତି ନିକଟତର ହେବ ।