ପୃଥିବୀରୁ ଲୋପ ପାଇଯିବ ପ୍ରାଣୀ ଜଗତ!

ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ ମଣିଷ ସମାଜ । ଲୋପ ପାଇଯିବ ପ୍ରାଣୀ ଜଗତ । ଲୋପ ପାଇଯିବ ସବୁଜ ବନାନୀ । କୁରୂପ କଦାକାର ହୋଇଯିବ ଆମର ପ୍ରିୟ ସବୁଜ ପୃଥିବୀ । ଏ ଭବିଷ୍ୟବାଣୀ କୌଣସି ମୁନି ସାଧୁ ସନ୍ଥ ମହାତ୍ମା ଅବା ଆଧ୍ୟାତ୍ମିକ ଗୁରୁ କରିନାହାନ୍ତି । ପରିବେଶ ବିଜ୍ଞାନୀମାନେ ଏଭଳି ଭୟଙ୍କର ପୂର୍ବାନୁମାନ କରିଛନ୍ତି ।

ଅବଶ୍ୟ ନିକଟ ଭବିଷ୍ୟତରେ ଏପରି କିଛି ଘଟିବାର ଲକ୍ଷଣ ପ୍ରକାଶ ପାଉନି । କିନ୍ତୁ ଆଗାମୀ ୨୫୦ ନିୟୁତ ବର୍ଷ ଭିତରେ ପୃଥିବୀକୁ ଭୟଙ୍କର ସଂକଟ ଭିତର ଦେଇ ଗତି କରିବାକୁ ପଡ଼ିବ । ଆଜି ଯୋଉ ଜୀବମାନଙ୍କୁ ଆମେ ଖାଲି ଆଖିରେ ଦେଖିବାକୁ ପାଉଛେ । ତାହା କ୍ରମେ ବିଲୁପ୍ତ ପ୍ରାୟ ହୋଇଯିବ । ପୃଥିବୀର ତାପମାତ୍ର ଏତେ ମାତ୍ରାରେ ବୃଦ୍ଧି ପାଇବ ଯାହାକୁ ସହିବା ସାଧାରଣ ମାନବ ପକ୍ଷେ କଷ୍ଟକର ବ୍ୟାପାର ହୋଇଯିବ । ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ମତବାଦ ପ୍ରକାଶ ପାଇଛି ।

ପୃଥିବୀର ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ଅସମ୍ଭାଳ ଭାବେ ବୃଦ୍ଧି ପାଇବ । ଆଗ୍ନେୟଗିରିରୁ ତପ୍ତ ଲାଭା ଉଦ୍‌ଗୀରଣ ହେବ । ସେହି ଅର୍ଦ୍ଧତରଳ ପଦାର୍ଥ ପ୍ରଭାବରେ ବହୁ ଜନଜୀବନ ନିଶ୍ଚିହ୍ନ ହୋଇଯିବ । ପୃଥିବୀର ବହୁ ଅଂଚଳର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ (୧୨୨ ଡିଗ୍ରୀ ଫାରେନ୍‌ ହାଇଟ୍‌) ହେବ । ସୂର୍ଯ୍ୟ କିରଣ ଅଧିକରୁ ଅଧିକ ତାପ ପ୍ରଦାନ କରିବ । ବାୟୁମଣ୍ଡଳର ଉପର ସ୍ତରରେ ଓଜୋନ ପରିମାଣ କ୍ରମେ ହ୍ରାସ ପାଇବ । ମେରୁ ଓ ଉପକୂଳ ଅଂଚଳକୁ ବାଦ୍‌ ଦେଲେ ଅନ୍ୟ ସ୍ଥାନଗୁଡ଼ିକରେ ଜନଜୀବନ ତିଷ୍ଠି ପାରିବନି ।