ପୃଥିବୀକୁ ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ

ଗତ ସେପ୍ଟେମ୍ବରରୁ ମହାକାଶରେ ଭାସମାନ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ (ଆଇଏସ୍‌ଏସ୍‌)ରେ ଫସି ରହିଥିବା ମହାକାଶବିଜ୍ଞାନୀ ବୁଚ୍‌ ୱିଲମୋରେ ଓ ମହାକାଶଚାରୀ ସୁନୀତା ୱିଲିୟମ୍‌ସଙ୍କ ଧରାବତରଣ ନିକଟ ହୋଇଆସୁଛି ।

ଖୁବ୍‌ ଶୀଘ୍ର ସୁନୀତା ପୃଥିବୀ ପୃଷ୍ଠକୁ ଫେରିବେ ଓ ତାଙ୍କ ପରିବାରକୁ ଭେଟିବେ ବୋଲି ସୋସିଆଲ ମିଡିଆ ସ୍ପେଶ୍‌ଏକ୍ସରେ ସୂଚନା ପ୍ରଦାନ କରାଯାଇଛି । ସୁନୀତାଙ୍କ ସ୍ଥାନରେ ପୃଥିବୀ ପୃଷ୍ଠରୁ ଆଇଏସ୍‌ଏସ୍‌ ଅଭିମୁଖେ ୯ ଜଣିଆ ମହାକାଶଚାରୀଙ୍କ ଟିମ୍‌ ଯାତ୍ରା କରିବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।
ସୁନୀତାଙ୍କ ସୁରକ୍ଷିତ ଲେଉଟାଣି କାମନା କରିଛି ନାସା । ସେପ୍ଟେମ୍ବରରେ ସୁନୀତା ପୃଥିବୀକୁ ଫେରିବାର ଥିଲା । କିନ୍ତୁ ସୁନୀତାଙ୍କୁ ଧରି ପୃଥିବୀକୁ ଫେରିବା ଉଦ୍ଦେଶ୍ୟରେ ନିର୍ମିତ କ୍ୟାପ୍‌ସୁଲରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା । ସୁନୀତାଙ୍କ ଫେରିବା ଆଶା ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।ବିଶ୍ୱବାସୀଙ୍କ ମନରୁ ଚିନ୍ତା କରିବାକୁ ଯାଇ ନାସା କହିଥିଲା ଯେ ସୁନୀତାଙ୍କ ନିକଟକୁ ୯ ଜଣ ମହାକାଶଚାରୀଙ୍କୁ ପଠାଯିବାର ବନ୍ଦୋବସ୍ତ ଚାଲିଛି । ସେହିମାନଙ୍କ ସହିତ ସୁନୀତା ପୃଥିବୀକୁ ଫେରିବେ ।