ନିୟମିତ ଅଣ୍ଡା ଖାଇବା ହିତକାରକ?

ବଜାରରେ ବିଭିନ୍ନ ପ୍ରକାର ଅଣ୍ଡା ମିଳୁଛି । ମାତ୍ର ଅଣ୍ଡା କହିଲେ ସାଧାରଣତଃ କୁକୁଡ଼ା ବା ବତକ ଅଣ୍ଡାକୁ ବୁଝାଇଥାଏ । ମଣିଷ ଶରୀର ବିକାଶ ପାଇଁ ଅଣ୍ଡାରେ ପ୍ରଚୁର ପରିମାଣର ଖାଦ୍ୟସାର ରହିଛି । ନିୟମିତ ଅଣ୍ଡା ଖାଇବା ଫଳରେ ଆମର ମାନସିକ ଓ ଶାରିରୀକ ସ୍ତରରେ ବିକାଶ ଘଟିଥାଏ ।
ସବୁ ବୟସର ଲୋକମାନେ ଅଣ୍ଡା ଖାଇବା ହିତକାରକ । ସକାଳେ ହେଉ କି ସନ୍ଧ୍ୟା, ରବିବାର ହେଉ କି ସୋମବାର, ସବୁଦିନ ଅଣ୍ଡା ଖାଇବା ଭଲ ।
ଅଣ୍ଡାରେ କୋଲେଷ୍ଟୋରେଲ ଥିବା ଆଶଙ୍କା କରି କିଛି ଲୋକ ତାକୁ ଖାଉନାହାନ୍ତି, ମାତ୍ର ସେଭଳି ଆଶଙ୍କା ମାମୁଲି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହନ୍ତି ।
ଛୋଟ ପିଲାଙ୍କର ଶାରିରୀକ ଗଠନ ଓ ମାନସିକ ଚିନ୍ତନ ଶକ୍ତି ବୃଦ୍ଧି ଦିଗରେ ଅଣ୍ଡା ଯେପରି ଜରୁରୀ । ବୟସ୍କ ଲୋକଙ୍କ କ୍ଷେତ୍ରରେ ଥକାପଣ, ନିଦ୍ରାହୀନତା ଭଳି ବାର୍ଦ୍ଧକ୍ୟଜନିତ ରୋଗକୁ ମୁକାବିଲା କରିବାର ଭରପୁର ଶକ୍ତି ଅଣ୍ଡାରେ ରହିଛି ।
କେବଳ ହୃଦପିଣ୍ଡ ଜନିତ ରୋଗରେ ପୀଡ଼ିତ ଲୋକଙ୍କୁ ବାଦ ଦେଲେ ଅନ୍ୟମାନେ ଅଣ୍ଡା ଖାଇପାରିବେ ।