ଶିକ୍ଷା ଓ ସ୍ୱାସ୍ଥ୍ୟ: ଥଣ୍ଡାକାଶ ପ୍ରତି ସତର୍କ ରୁହନ୍ତୁ

ସାମାନ୍ୟ ଥଣ୍ଡା ମାଡ଼ି ବସିବା ମାତ୍ରେ ଶରୀର ପ୍ରତି ସଜାଗ ହୋଇଯାନ୍ତୁ । ଦେହରେ ବେଶିଦିନ ଧରି ଥଣ୍ଡା ରହିବା ଆଦୌ ଉଚିତ ନୁହେଁ । ବାୟୁମଣ୍ଡଳର ତାପମାତ୍ରା ସହିତ ଆମ ଶରୀର ତାପମାତ୍ରା ଖାପ ଖୁଆଇ ନପାରିଲେ; ଆମେ ଅସୁସ୍ଥ ଅନୁଭବ କରିଥାଉ । କୋହଲା ପାଗ ଆମକୁ ଥଣ୍ଡାକାଶ ଓ ଜ୍ୱରରେ ପୀଡ଼ିତ କରିଥାଏ ।

ତେବେ ଥଣ୍ଡାକାଶ ଓ ଜ୍ୱରରୁ ଯେତେ ଶୀଘ୍ର ପାରୁଛନ୍ତି; ମୁକୁଳିବାକୁ ଚେଷ୍ଟା କରନ୍ତୁ ।ଶରୀରରେ ବେଶିଦିନ ଥଣ୍ଡା ଓ କାଶ ରହିବା ଫଳରେ ଆପଣ ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଫୁସଫୁସରେ ପାଣି ଜମି ରହିଲେ ଆପଣ ରାତିରେ ଆରାମରେ ବିଶ୍ରାମ କରି ପାରିବେନି ।

ଏ ବିଷୟ ଉଠାଇ ଡାକ୍ତର ଦୀପକ କୃଷ୍ଣମୂର୍ତି କହିଛନ୍ତି ଯେ ପାଗଜନିତ ଜ୍ୱର ଓ କାଶକୁ ମାମୁଲି ମଣି ସେ ଭାରି କଷ୍ଟ ଭୋଗିଛନ୍ତି । ପ୍ରବଳ କାଶ କାରଣରୁ ଡାକ୍ତର କ୍ରିଷ୍ଣମୂର୍ତି ସାରା ରାତି ଉଜାଗର ରହିବାକୁ ବାଧ୍ୟ ହୋଇଥିଲେ । କାଶି କାଶି ତାଙ୍କର ପେଟ ଦରଜ ହୋଇଗଲା । ଥଣ୍ଡାଜ୍ୱର ଓ କାଶ କ୍ରମେ ଆକ୍ୟୁଟ୍‌ ବ୍ରୋଙ୍କାଇଟିସକୁ ପ୍ରମୋଶନ ପାଇଗଲେ; ଯେକୌଣସି ସମୟରେ ରୋଗୀଙ୍କ ଜୀବନ ଚାଲି ଯାଇପାରେ ।