ରକ୍ତ ଦାନ କରବା ଦ୍ୱାରା ହୋଇଥାଏ ଏହିସବୁ ଫାଇଦା! ଜାଣନ୍ତୁ ରକ୍ତ ଦାନର ସମସ୍ତ ଫାଇଦା

ବର୍ତ୍ତମାନ ଦେଶରେ କରୋନାର ପ୍ରକୋପ ଚାଲିଛି ଯେଉଁ ସମୟରେ କି ରକ୍ତର ଘୋର ଅଭାବ ଦେଖାଯାଉଛି। କାରଣ ଏହି ସମୟରେ ବହୁତ କମ ଲୋକ ରକ୍ତ ଦାନ ହେଇପାରୁଛି ସେଥିପାଇଁ ଆପଣ ଅଧିକ ରୁ ଅଧିକ ରକ୍ତ ଦାନ କରିବା ଉଚିତ । ଆପଣଙ୍କୁ ଏହା ମଧ୍ୟ କହିରଖିବୁକି ରକ୍ତ ଦାନ କରିବା ଦ୍ୱାରା ଆପଣ ଅନ୍ୟର ଜୀବନ ବଞ୍ଚାଇ ପୁର୍ଣ୍ୟ କମାଇ ପାରିବେ କିନ୍ତୁ ଏହି କଥା ହୁଏତ ଆପଣ ଜାଣିନଥିବେ କି ଏଥିରେ ଆପଣଙ୍କର ମଧ୍ୟ ବହୁତ ଲାଭ ହୋଇଥାଏ। ରକ୍ତ ଦାନ ଦ୍ଵାରା ଆପଣ ଅନେକ ରୋଗରୁ ମୁକ୍ତିପାଇପାରିବେ ଯାହା ବିଷୟରେ ଆପଣ ଜାଣି ନାହାନ୍ତି।

ଏହି କଥା ଆମେ କହିନାହୁଁ ବରଂ ଅନେକ ବିଶେଷଜ୍ଞଙ୍କ ମତରେ ଏହି କଥା ସବୁ କହିଛନ୍ତି। ଅନେକ ବଡ଼ ବଡ଼ ବିଶେଷଜ୍ଞ ମାନଙ୍କ ମତରେ କୌଣସି ବ୍ୟକ୍ତି ବାରମ୍ବାର ରକ୍ତ ଦାନ କଲେ ତାକୁ କ୍ୟାନ୍ସର ହେବାର ସମ୍ଭାବନା ବହୁତ କମ ହୋଇଯାଇଥାଏ ଏହା ସହ ଏହା ମଧ୍ୟ ଜଣାପଡିଛିକି ଏହା ଦ୍ଵାରା ଆପଣଙ୍କ ଓଜନ ଅଧିକ ହୋଇନଥାଏ ଓ ହାର୍ଟ ଆଟାକ ହବାର ସମ୍ଭାବନା କମ ହୋଇଯାଇଥାଏ। ମଧୁମେହ ଭଳି ମାରାତ୍ମକ ରୋଗରୁ ମଧ୍ୟ ଏହା ମୁକ୍ତି ଦେଇଥାଏ।

ଓଜନ ଠିକ ରହିଥାଏ:
ଓଜନ ବଢିବା ଦ୍ଵାରା ଶରୀରରେ ଅନେକ ରୋଗ ଦେଖାଯାଇଥାଏ କିନ୍ତୁ ଯଦି ଆପଣ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତେବେ ରକ୍ତ ଦାନ ସବୁଠୁ ଭଲ କାର୍ଯ୍ୟ।

ଶରୀରରେ ଠିକ ମାତ୍ରାରେ ଆଇରନ ମଧ୍ୟ ରହିଥାଏ:
ଆଇରନ ଅଧିକ ମାତ୍ରା ଶରୀର ପାଇଁ ଠିକ ନୁହେଁ। ତେଣୁ ମଝିରେ ମଝିରେ ଜଣେ ସୁସ୍ଥ ବ୍ୟକ୍ତିକୁ ରକ୍ତ ଦାନ କରିବା ଆବଶ୍ୟକ। ରିପୋର୍ଟ ଅନୁସାରେ ଜଣେ ସୁସ୍ଥ ପୁରୁଷ ୩ ମାସରେ ଥରେ ଓ ଜଣେ ସୁସ୍ଥ ମହିଳା ୪ ମାସକୁ ଥରେ ରକ୍ତ ଦାନ କରିବା ସ୍ୱାସ୍ଥ୍ୟ ପକ୍ଷେ ଭଲ ଅଟେ।

ଲାଲ ରକ୍ତ କୋଶିକା ତିଆରି କରିଥାଏ:
ଆପଣ ଯେତେ ଅଧିକ ରକ୍ତ ଦେବେ ଆପଣଙ୍କର ରକ୍ତ ତିଆରି ହେବାର କ୍ଷମତା ବଢିଥାଏ ଓ ଶରୀର ଭଲ ରକ୍ତ ଲୋହିତ ରକ୍ତ ତିଆରି କରିଥାଏ।

ରୋଗ ମୁକ୍ତ ରହିଥାଏ ଶରୀର:
ରକ୍ତ ଦାନର ବୟସ ସୀମା ହେଉଛି ୧୮-୬୦ ଯେଉଁ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ନିଶ୍ଚୟ ରକ୍ତ ଦାନ କରନ୍ତୁ। କାରଣ ରକ୍ତ ଦେବା ପୂର୍ବରୁ ଆପଣଙ୍କ ଶରୀରର ସବୁ ରୋଗ ପରୀକ୍ଷା କରାଯାଏ ଏହା ଦ୍ଵାରା ମାଗଣାରେ ପରୀକ୍ଷାର ସୁବିଧା ମଧ୍ୟ ଆପଣ ପାଇପାରିବେ। ଭବିଷ୍ୟତରେ ରକ୍ତ ଦାନ ସାର୍ଟିଫିକେଟ ଦ୍ଵାରା ଆପଣଙ୍କର ରକ୍ତ ଆବଶ୍ୟକ ହେଲେ ସହଜରେ ପାଇପାରିବେ।

ହାର୍ଟ ଆଟାକ ହେବାର ସମ୍ଭାବନା କମ ହୋଇଥାଏ :
ସବୁଠୁ ଅଧିକ ଫାଇଦା ଦେଇଥାଏ ରକ୍ତ ଦାନ ତାହା ହେଉଛି ଏହା ହାର୍ଟକୁ ପରିଷ୍କାର ଓ ସୁସ୍ଥ ରଖିଥାଏ କାରଣ ଏଥିରେ ଥିବା ଦୂଷିତ ରକ୍ତ ବାହାରିଯାଇଥାଏ ଯାହା ଦ୍ୱାରା ଆପଣଙ୍କ ହାର୍ଟ ପରିସ୍କାର ରହିଥାଏ। କାରଣ ଆଇରନ ମାତ୍ରକୁ ଏହା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।