ସାଧାରଣତଃ ବର୍ଷା ଦିନ ନିଜ ସହିତ ଅନେକ ରୋଗକୁ ସାଙ୍ଗରେ ନେଇ ଆସିଥାଏ। ବର୍ଷାରେ ଅନେକ ପ୍ରକାର ରୋଗ ସଂକ୍ରମଣ ସହିତ ମୌସୁମୀ ଜ୍ୱର, ଥଣ୍ଡା ଓ କାଶ ହୋଇଥାଏ। ସେହିପରି ବର୍ଷା ଦିନରେ ଡେଙ୍ଗୁ, ହଇଜା ଓ ଟାଇଫଏଡ ଭଳି ଗମ୍ଭୀର ରୋଗ ମଧ୍ୟ ହୋଇଥାଏ। ତେବେ ମୌସୁମୀ ପରିବର୍ତ୍ତନ ଯୋଗୁଁ ଆମ ଶରୀରରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କମ ହେବାସହିତ ଆମକୁ ଏହି ମୌସୁମୀରେ ଅଧିକ ରୋଗ ହୋଇଥାଏ।
ତେଣୁ ଯଦି ଖାଦ୍ୟପେୟରେ ଧ୍ୟାନ ଦିଆଯାଏ ତେବେ ଆପଣ ରୋଗରେ ପଡ଼ିବାରୁ ରକ୍ଷା ପାଇପାରିବେ। ଏହି ମୌସୁମୀରେ ଆପଣଙ୍କୁ ବେଶି ପନିପରିବା ଓ ଫଳ ଖାଇବା ନିତ୍ୟାନ୍ତ ଆବଶ୍ୟକ । ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ ଓ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବେ। ତେବେ ଏହି ମୌସୁମୀରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଦୈନିକ ଗୋଟିଏ ଫଳ, ଲିଚୁ, ପ୍ଲମ୍, ଡାଳିମ୍ବ, ବିଟ୍, କଲରା, ଲେମ୍ବୁ ଖାଇବା ଆବଶ୍ୟକ।
Prev Post