ସତରେ କ’ଣ ଆମ ପୃଥିବୀ ଧ୍ୱଂସ ପାଇଯିବ? ଆମେ ସମସ୍ତେ ଧ୍ୱଂସ ପାଇଯିବା । ମହାକାଶ ବିଜ୍ଞାନୀମାନେ ଏକ ବିଶାଳ ଗ୍ରହାଣୁ ପିଣ୍ଡ ଠାବ କରିଛନ୍ତି ଯାହା ପୃଥିବୀ ପୃଷ୍ଠରେ ପିଟି ହୋଇଯିବାର ଆଶଙ୍କା କରାଯାଉଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ କହିଛି ଯେ ୨୦୩୨ ଡିସେମ୍ବର ମାସରେ ପୃଥିବୀ ସହିତ ୨୦୨୪ ୱାଇଆର୍୪ ନାମକ ଗ୍ରହାଣୁ ପିଣ୍ଡ ମୁହାଁମୁହିଁ ହେବ । ସଂପୃକ୍ତ ଗ୍ରହାଣୁ ପିଣ୍ଡଟିର ଓସାର ୪୦ରୁ ୧୦୦ ଫୁଟ୍ ମଧ୍ୟରେ ହେବ ।
ଗ୍ରହାଣୁ ପିଣ୍ଡଟି ପୃଥିବୀର ଯୋଉ ସହର ଉପରେ ପଡ଼ିବ, ତାକୁ ଜାଳିପୋଡ଼ି ପାଉଁଶ କରିଦେବ । ବିଶାଳ ପୃଥିବୀର ମାତ୍ର ଦୁଇଭାଗ ଅଂଚଳ ଛାରଖାର ହୋଇଯିବ । ଏବେ ସଂପୃକ୍ତ ଗ୍ରହାଣୁ ପିଣ୍ଡଟି ଘଂଟାକୁ ୩୮ ହଜାର ମିଟର ବେଗରେ ଗତି କରୁଛି ।
ୟୁରୋପିୟନ୍ ମହାକାଶ ସଂସ୍ଥା ପୂର୍ବାନୁମତେ ୨୦୩୨ ଡିସେମ୍ବର ୨୨ ତାରିଖ ଦିନ ପୃଥିବୀ ସହିତ ଗ୍ରହାଣୁ ପିଣ୍ଡଟିର ମାଡ଼ ହେବ । ମାତ୍ର ଉକ୍ତ ଗ୍ରହାଣୁ ପିଣ୍ଡଟି କୋଉ ମହାଦେଶର କୋଉ ଅଂଚଳକୁ କେତେ ପରିମାଣରେ କ୍ଷତି କରିବ, ତା’ର ସଠିକ୍ ଆକଳନ କରି ପାରିନାହାନ୍ତି ମହାକାଶ ବିଜ୍ଞାନୀ ।
ଭାରତ, ପାକିସ୍ତାନ, ବାଂଲାଦେଶ, ଇଥିଓପିଆ, ସୁଦାନ, ନାଇଜେରିଆ ଉପରେ ଗ୍ରହାଣୁ ପିଣ୍ଡଟି ପଡ଼ିପାରେ । ଦକ୍ଷିଣ ଆମେରିକାର ଭେନେଜୁଆଲା, କଲମ୍ବିଆ ଓ ଇକ୍ୱେଡରକୁ ମଧ୍ୟ ତାଲିକାଭୁକ୍ତ କରାଯାଇଛି । ଗ୍ରହାଣୁ ପିଣ୍ଡଟିର କକ୍ଷପଥକୁ କିପରି ବଦଳା ଯାଇପାରିବ, ସେ ସଂପର୍କରେ ଚୀନ ଏକ ରଣନୀତି ପ୍ରସ୍ତୁତ କରିଛି ।