ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ୫୩,୦୧୫ ନମୂନା ମଧ୍ୟରୁ ୨୫୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ପାର କରିଛି। ଏଥିସହ ପୁଣି ୧୦ ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୫୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୦୧୫ ଲୋକାଲ୍ କେସ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗଞ୍ଜାମରୁ ୨୪୨, ପୁରୀରୁ ୨୩୫, କଟକରୁ ୨୨୨, ରାୟଗଡ଼ାରୁ ୨୨୧, ସୁନ୍ଦରଗଡ଼ରୁ ୧୫୫, ବାଲେଶ୍ୱରରୁ ୧୫୦ ଏବଂ ମୟୁରଭଞ୍ଜରୁ ୧୭୭ ପଜିଟିଭ୍ ବାହାରିଛନ୍ତି।
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୫୩୫ ଜଣ ଆକ୍ରାନ୍ତ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ଟିଭ୍ କେସ ୨୧,୩୮୩ ରହିଥିବା ବେଳେ ୪୫,୩୧୪ ଆକ୍ରାନ୍ତ ଏବେସୁଦ୍ଧା ସୁସ୍ଥ ହୋଇସାରିଲେଣି। ଅନ୍ୟପଟେ ଆଜିର ୧୦ଙ୍କୁ ମିଶାଇ ରାଜ୍ୟରେ କରୋନା ମୃକଙ୍କ ସଂଖ୍ୟା ୩୭୨ କୁ ଛୁଇଁଛି।