ପଜିଟିଭ ଥିଲେ ବି ଅପରେସନ ହୋଇପାରିବ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୋଭିଡ ପଜିଟିଭ ଥିଲେ ବି ଜରୁରୀ ଅପରେସନ ହୋଇପାରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଅପରେସନ ଆବଶ୍ୟକ ଥିବା ରୋଗୀଙ୍କୁ ମନା କରାଯାଇ ପାରିବ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଆହୁରି କହିଛନ୍ତି ଯେ ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ସପ୍ତାହେ ହେବ କରୋନା ମାମଲା ୨.୦୪ ଲକ୍ଷ ହୋଇଯାଇଛି । ଦେଶରେ ସର୍ବମୋଟ ୧୫ଲକ୍ଷ ୩୩ହଜାର କରୋନା ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୧ଲକ୍ଷ ୭୨ହଜାର ୪୩୩ ନୂଆ ମାମଲା ସାମ୍ନାକୁ ଆସିଛି ।