ନ୍ୟାସନାଲ୍ ଜିୟୋଗ୍ରାଫିକ୍ ମାଗାଜିନ୍ ପ୍ରଚ୍ଛଦପଟ୍ଟରେ ଶିମିଳିପାଳ ଗୌରବ ‘କଳାବାଘ’

ନ୍ୟାସନାଲ ଜିୟୋଗ୍ରାଫିକ୍ ମାଗାଜିନର ଅକ୍ଟୋବର ସଂସ୍କରଣ ୨୦୨୫ ପ୍ରଚ୍ଛଦପଟ୍ଟରେ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟର ଗୌରବ ‘କଳାବାଘ’ ମଣ୍ଡନ କରିଛିି ।

ବିଶ୍ୱ ବନ୍ୟପ୍ରାଣୀ ମାନଚିତ୍ରରେ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ଅଭୟାରଣ୍ୟରେ ବହୁ ବିରଳ ପ୍ରଜାତିର କୀଟପତଙ୍ଗ ଓ ଜୀବଜନ୍ତୁ ଦେଖିବାକୁ ମିଳନ୍ତି ।

ଓଡ଼ିଶାର ପାଣିପାଗ ଓ ଭୌଗୋଳିକ ଅବସ୍ଥିତି ବହୁ ବିରଳ ପ୍ରଜାତିର ଜୀବଜନ୍ତୁଙ୍କୁ ସୁହାଉଛି । ମାଗାଜିନଟିର ପୃଷ୍ଠଭାଗରେ ସ୍ଥାନ ପାଇଥିବା କଳାବାଘଟିର ଫଟୋ ଉଠାଇଛନ୍ତି ପ୍ରସେନଜିତ ଯାଦବ । ଜୈବବିଜ୍ଞାନୀ ଯାଦବଙ୍କ ଘର ନାଗପୁର ଅଂଚଳରେ ।

ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରାୟ ୧୨୦ ଦିନ ବୁଲିବା ପରେ ଯାଦବ କଳାବାଘଟିର ଫଟୋ ଉଠାଇବାକୁ ସକ୍ଷମ ହୋଇଥିଲେ ।

ଓଡ଼ିଶାର ଶିମିଳିପାଳ ଜଙ୍ଗଲ ଭିତରେ ବୁଲୁଥିବା କଳାବାଘଟିର ଲୋମଗୁଡ଼ିକ ଦେଖିବାକୁ ସୁବର୍ଣ୍ଣ-ଧୂସର ରଙ୍ଗର । ଶିମିଳିପାଳରେ ପ୍ରାୟ ୩୦ଟି ବାଘ ଅଛନ୍ତି ।