ନିତ୍ୟ ବ୍ୟବହାର୍ଯ୍ୟ ହଳଦୀ (Turmeric )

ହଳଦୀ ଗଛର ପତ୍ର ଗୁଡିକ ସରୁ ଓ ଲମ୍ବା ହୋଇଥଏ, ଏହି ହଳଦୀ ଗଛଟି ଏକ ରୂପାନ୍ତରିତ କାଣ୍ଡ ଅଟେ । ସାଧାରଣତଃ ଦେଖିବାକୁଗଲେ ଏହି ଚାଷ ଜଙ୍ଗଲ ଓ ପାହାଡିଆ ଅଂଚଳରେ ହୋଇଥଏ । ଓଡ଼ିଶାର କନ୍ଧମାଳ ,ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଏହା ଚାଷ ହୁଏ।

*ହଳଦୀକୁ ବାଟି ମୁହଁରେ ଲଗାଇଲେ ,ଧୀରେ ଧୀରେ ମୁହଁରୁ ବ୍ରଣ ସଫା ହୁଏ ।
*ଦେହରେ ଘା କିମ୍ବା ବଥ ହୋଇଥିଲେ, ହଳଦୀ ଲେପ ଲଗାଇଲେ ଏହା ଶୀଘ୍ର ଭଲ ହୋଇଥଏ ।
*କାଶ ରୋଗ ପାଇଁ ହଳଦୀ ଗୁଣ୍ଡ ୧ ଚାମଚ ସହିତ ମହୁ ମିଶାଇ ଉଷୁମ ପାଣିରେ ପିଇଲେ ଏହା ଭଲ ହୋଇଥଏ ।
*ହଳଦୀ ଗୁଣ୍ଡ ଧୁଆଂ ଦେଲେ ମାନସିକ ଭାରସ୍ୟାମ ହରାଇଥିବା ବ୍ୟକ୍ତିର ମନ ଶାନ୍ତ ରହିଥାଏ।
*ହଳଦୀଖଣ୍ଡ ମଳ ଦ୍ୱାରରେ ଲଗାଇବା ଦ୍ୱାରା ମଳ ଦ୍ୱାରଶୂଳ ଦୂର ହୁଏ ।
*ହଳଦୀ କପଡ଼ାରେ ୩୦ ମିନିଟ ଚକ୍ଷୁ ସଫା କରିଲେ ଚକ୍ଷୁରୁ ପାଣି ବୋହିବା ଓ ଅନ୍ୟ ସମସ୍ୟା ଦୂର ହୋଇଥଏ ।
*ପ୍ରତି ୧୦୦ ଗ୍ରାମ ହଳଦୀରେ ୭୦ଗ୍ରାମ ଶ୍ୱେତସାର ,୫ଗ୍ରାମ ପୁଷ୍ଟିସାର ,୪ଗ୍ରାମ ସ୍ନେହସାର ,୧୪୦ମିଲିଗ୍ରାମ କାଲସିଉମ୍ମେ,୬୫ମିଲିଗ୍ରାମ ଲହୁୱ ସହ ଜୀବସର ମଧ୍ୟ ରହିଛି ।