ଆଶ୍ଚର୍ଯ୍ୟ: ଦୁବାଇ ମରୁଭୂମି ତଳେ ମାନବ ସଭ୍ୟତା

ପ୍ରାୟ ୫ ହଜାର ବର୍ଷ ତଳେ ଦୁବାଇର ବିସ୍ତୀର୍ଣ୍ଣ ମରୁଭୂମି ଅଂଚଳରେ ଆଧୁନିକ ମାନବ ସଭ୍ୟତା ଥିଲା । ଆର୍ଟିଫିସିଆଲ୍‌ ଇଂଟେଲିଜେନ୍ସ ପ୍ରୟୋଗ କରି ଏପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଛି ।

ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ସଂସ୍କାର, ମନୋରଂଜନ କ୍ଷେତ୍ର ସାଙ୍ଗକୁ ମଣିଷ ସଭ୍ୟତାର କ୍ରମଃବିକାଶ ସମ୍ବନ୍ଧରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିପାରୁଛି ଆର୍ଟିଫିସିଆଲ ଇଂଟେଲିଜେନ୍ସ ବୈଷୟିକ ଜ୍ଞାନକୌଶଳ ।

ଲୁପ୍ତ ହୋଇଯାଇଥିବା ମାନବ ସଭ୍ୟତା ଓ ତକ୍ରାଳୀନ ମାନବ ଚରିତ୍ର, ଲୋକକଳା, ବଂଚିବାର କଳା, ଧର୍ମ ସଂସ୍କୃତି, ପରିବାର ଗୁଜୁରାଣ ପଦ୍ଧତି ସଂପର୍କରେ ତଥ୍ୟ ସଂଗ୍ରହ କରିହେଉଛି ।
ସୂଚନା ମୁତାବକ ଦୁବାଇର ବୃହତ୍‌ ମରୁଭୂମି ତଳେ ଆବିଷ୍କୃତ ମାନବ ସଭ୍ୟତାର ଇତିହାସ ପ୍ରାୟ ୫ ହଜାର ବର୍ଷ ତଳର । ବିଶ୍ୱର ବୃହତ୍‌ ମରୁଭୂମି ଭାବେ ଚର୍ଚ୍ଚିତ ମରୁଭୂମି ରବ୍‌ ଅଲ-ଖାଲି’ର ମଧ୍ୟଭାଗରେ ପହଂଚି ତାକୁ ଖୋଳିବା ଓ ବାଲୁକା ପାହାଡ଼ ତଳୁ ମାନବ ସଭ୍ୟତା ଉଦ୍ଧାର କରିବା କଷ୍ଟକର ବ୍ୟାପାର ।
ଆନନ୍ଦର ବିଷୟ ହେଉଛି, ଯୋଉକାମ ପ୍ରତ୍ନତତ୍ୱ ବିଭାଗ କରି ପାରିଲାନି । ତାକୁ ଉଗାଳିଲା ସିନ୍‌ଥେଟିକ୍‌ ଆପେରଚର୍‌ ରାଡାର (ଏସ୍‌ ଏ ଆର) ନାମକ ଏଆଇ ଜ୍ଞାନକୌଶଳ ।
ମରୁଭୂମିର ମଧ୍ୟଭାଗରେ ଗଢ଼ି ଉଠିଥିବା ମାନବ ସଭ୍ୟତା କୌଣସି ପ୍ରାକୃତିକ ବିପଦର ଶିକାର ହୋଇ ପୃଥିବୀ ଗର୍ଭରେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି ।