ଆଜିକାଲି ହୃଦଘାତ ମାମୁଲି ହୋଇଗଲାଣି । କୋଉ ସମୟରେ କିଭଳି ପରିବେଶରେ କିଏ ହୃଦଘାତର ଶିକାର ହେବ; ତାହା ଅନୁମାନ କରିବା ସାଧ୍ୟାତୀତ । ଶରୀରରେ ପଟାସିୟମ ହାର କମିବା କାରଣରୁ ହୃଦଘାତ ଆଶଙ୍କା ରହିଥାଏ ।
ପଟାସିୟମ ମାତ୍ରା କମିବା ସହିତ ବୟସର କୌଣସି ସଂପର୍କ ନାହିଁ । ତେଣୁ ଛୋଟରୁ ବୟସ୍କ, ସବୁ ବୟସର ଲୋକ ଆବଶ୍ୟକ ମୁତାବକ ପାଚିଲା କଦଳୀ, କଂଚା କଦଳୀ, ବିଲାତି ଆଳୁ, ଦେଶୀ ଆଳୁ ସେବନ କରିବା ଜରୁରୀ ।
ସୁସ୍ଥ ଓ ନିରୋଗ ଶରୀର ପାଇଁ ନିୟମିତ ବ୍ୟାୟାମ ସାଙ୍ଗକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ । ସୋସିଆଲ ମିଡିଆରେ ପ୍ରସାରିତ ସ୍ୱାସ୍ଥ୍ୟ ସୂଚନାକୁ ସତ ମଣିବା ପୂର୍ବରୁ ବିଶେଷଜ୍ଞଙ୍କ ସହ କଥା ହୁଅନ୍ତୁ ।