ବର୍ଷାଦିନେ ବିଭିନ୍ନ ପ୍ରକାର ଅଣୁଜୀବଙ୍କ ସଂଖ୍ୟା ବୃଦ୍ଧିପାଏ

ସେଇ ହିସାବରେ ବିଭିନ୍ନ ପ୍ରକାର ରୋଗର ଭୟ ମଧ୍ୟ ବଢିଥାଏ । ସାମାନ୍ୟ ଥଣ୍ଡା କାଶ ଠାରୁ ଆରମ୍ଭ କରି ଜଣ୍ଡିସ, ଟାଇଫଏଡ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ମଧ୍ୟ ଏ ସମୟରେ ଦେଖା ଦେଇଥାଏ । ସାଧାରତଃ ବର୍ଷାଦିନେ ଶରୀରର ହଜମ ଶକ୍ତି ସାମାନ୍ୟ ରୂପେ ହ୍ରାସ ପାଇଥାଏ ତେଣୁ ନିୟନ୍ତ୍ରିତ ଭାବେ ଖାଦ୍ୟ ଗ୍ରହଣ ନକଲେ ଝାଡା ବାନ୍ତି ଓ ଫୁଡ ପଇଜନ ଭଳି ସମସ୍ୟା ଦେଖାଦିଏ ।

ଭାତ- ବର୍ଷାଦିନେ ଭାତ ଖାଇଲେ ଏହା ଶରୀରରେ ଜଳୀୟ ଅଂଶକୁ ବୃଦ୍ଧି କରିଥାଏ । ଫଳତଃ ଶରୀର ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।ଏହା ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ହ୍ରାସ କରିଥାଏ । ତେଣୁ ବର୍ଷା ଦିନେ ସାଧାରଣ ଚାଉଳ ପରିବର୍ତ୍ତେ ବ୍ରାଉନ ରାଇସ ବ୍ୟବହାର କରିବା ଉଚିତ ।

କଞ୍ଚା ପରିବା- ବର୍ଷାଦିନେ କଞ୍ଚା ପରିବାରେ ବ୍ୟାକଟେରିଆ ଭଳି କିଛି ଅଣୁଜୀବ ରହିଥାନ୍ତି । ଏହି ପରିବାକୁ ସଫା କରିବା ପରେ ମଧ୍ୟ ଉକ୍ତ ଅଣୁଜୀବ କବଳରୁ ମୁକ୍ତି ମିଳି ନଥାଏ । ତେଣୁ ପରିବା ଗୁଡିକୁ ଏହି ସମୟରେ କଞ୍ଚା ନଖାଇ ରୋଷେଇ କରି ଖାଇବା ନିହାତି ଆବଶ୍ୟକ ।

ସ୍ପ୍ରାଉଟ- ସ୍ପ୍ରାଉଟ ଶରୀର ପକ୍ଷେ ଖୁବ ଲାଭଦାୟକ।ମାତ୍ର ଆର୍ଦ୍ର ବାତାବରଣରେ ଏଥିରେ ବ୍ୟାକଟେରିଆ ଓ ଫଞ୍ଜି ଭଳି ଅଣୁଜୀବଙ୍କ ବଂଶବୃଦ୍ଧି ହୋଇଥାଏ । ତେଣୁ ବର୍ଷାଦିନେ କଞ୍ଚା ସ୍ପ୍ରାଉଟ ଖାଇଲେ ଫୁଡ ପଏଜନିଙ୍ଗ ହେବାର ସମ୍ଭାବନା ରହିଥାଏ । ଶାଗ ଶାଗ ଜାତୀୟ ଖାଦ୍ୟରେ ବର୍ଷାଦିନେ ଇ.କୋଲାଇ ଏବଂ ସାଲମୋନେଲା ଭଳି ବ୍ୟାକଟେରିଆ ରହିଥାନ୍ତି । ତେଣୁ ଏହାର ସେବନ ଦ୍ୱାରା ସମୟେ ସମୟେ ଫୁଡ ପଇଜନିଙ୍ଗ ଭଳି ସମସ୍ୟା ଦେଖା ଦେଇଥାଏ ।