ଆପଣ ଚାପଗ୍ରସ୍ତ ରହୁଛନ୍ତି କି?

ଆପଣଙ୍କୁ ଏମିତି କିଛି ଟିପ୍ସ ଦେବାକୁ ଯାଉଛୁ ଯାହା ଆପଣଙ୍କୁ ଚାପ ମୁକ୍ତ କରିଦେବ । ଆଜାକାଲି ଅନେକ ଲୋକ କାର୍ୟ୍ୟବ୍ୟସ୍ତ ଭିତରେ ଚାପଗ୍ରସ୍ତ ରହିଥାନ୍ତି । ଏହି କାରଣରୁ ସାମନ୍ୟ ଯନ୍ତ୍ରଣା ମଧ୍ୟ ଭୋଗିଥାନ୍ତି । ଚାପଗ୍ରସ୍ତ କାରଣରୁ ଆପଣ ବାରମ୍ବାର ମେଡିକାଲକୁ ମଧ୍ୟ ଯାଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହୋଇଯିବେ ଏହି ସମସ୍ୟାର ଶତ ପ୍ରତିଶତ ସମାଧାନ ଆପଣ ଘରେ ହିଁ କରିପାରିବେ ।

ଆପଣ ପ୍ରତ୍ୟେକ ଦିନ ଗୋଟିଏ ବାଲଟି ପାଣିରେ ସାମନ୍ୟ କିଛି ଲୁଣ ମିଶାଇ ଗାଧୋଇବା ଦ୍ୱାରା ଚମତ୍କାର ଫାଇଦା ମିଳିଥାଏ । ସପ୍ତାହରେ ଦୁଇତିନିଥର ଲୁଣ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କର ମନ ଶାନ୍ତ ରହିଥାଏ । ଏଥିସହିତ ପିଠିଯନ୍ତ୍ରଣା ଏବଂ ଶାରିରୀକ ପୀଡା ମଧ୍ୟ ଦୂରିଭୂତ ହୋଇଥାଏ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ବିଶେଷ କରି ଗରମ ପାଣିରେ ଲୁଣକୁ ବ୍ୟବହାର କରି ଗାଧୋଇବା ଦ୍ୱାରା ସେଥିରୁ ଉତ୍ପନ୍ନ ହେଉଥିବା ମ୍ୟାଗ୍ନେସିୟମ ସଲଫେଟ୍ ଶରୀରରେ ଯନ୍ତ୍ରଣାକୁ କମ କରିବା ସହ ମାଂସପେଶୀର ଯନ୍ତ୍ରଣାକୁ କମ କରିବାରେ ସହାୟକ ହୋଇଥାଏ । ତେଣୁ ଆପଣମାନେ ଗୋଟିଏ ସପ୍ତାହରେ ଅତି କମରେ ୨ରୁ୩ ଥର ଲୁଣପାଣିରେ ସ୍ନାନ କରିବାର ଚେଷ୍ଟା କରନ୍ତୁ ।