ଅଧିକ ଫଳରସ ପିଇବା ମନା

ଓଜନ ବୃଦ୍ଧି ସାଙ୍ଗକୁ ଅଧିକ ମୋଟାପା ମଣିଷକୁ ନାନା ଜଟିଳ ରୋଗ ସହଜରେ ଗ୍ରାସ କରିଥାଏ । ମାଂସପେଶୀଜନିତ ରୋଗ, ଡାଇବେଟିଜ୍‌, ହୃଦଘାତ, ଯକୃତ ରୋଗ, ଆଣ୍ଠୁଗଣ୍ଠି ବାତ ଭଳି ରୋଗ ମଣିଷକୁ ଅଚଳ ପ୍ରାୟ କରିଦିଏ । ଜାଣନ୍ତି, ଆପଣମାନେ ଅଜାଣତରେ ନାନା ଜଟିଳ ରୋଗକୁ ଆପଣଙ୍କ ଶରୀରକୁ ଡାକି ଆଣିଥାନ୍ତି ।
ଶରୀରକୁ ହାନି କରିବା ଭଳି ମେଦ ବୃଦ୍ଧି ପଛରେ ଆପଣମାନେ ହିଁ ଦାୟୀ । ଏପରି କିଛି ଖାଦ୍ୟକୁ ଅଧିକ ଉପାଦେୟ ଭାବି ଖାଇ ଦିଅନ୍ତି ଯାହା ଆପଣଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥାଏ । ଅଧ୍ୟୟନରୁ ଜଣାପଡ଼ିଛି, ଅଧିକ ମାତ୍ରାରେ ଫଳରସ ପିଇବା ଫଳରେ ଆପଣଙ୍କ ଓଜନ ବଢ଼ିଯାଏ ଯାହା ଆପଣଙ୍କୁ ମହାବିପଦରେ ପକାଇଥାଏ । ପିଲାମାନଙ୍କୁ ଅଧିକ ଫଳରସ ଦିଅନ୍ତୁନି ।