ପ୍ରତିଦିନ ସେକ୍ସ କରିବା ଦ୍ୱାରା ଶରୀରକୁ ମିଳିଥାଏ ଜବରଦସ୍ତ ଫାଇଦା, ଜାଣନ୍ତୁ..

ଶାରୀରିକ ସମ୍ପର୍କ ରଖିବା ବା ସେକ୍ସ କରିବା ସ୍ୱାସ୍ଥ୍ୟପକ୍ଷେ ହିତକର। ଏହା ହୃଦସ୍ପନ୍ଦନକୁ ସ୍ୱାଭାବିକ ରଖିବା ସହିତ ମାନସିକ ସ୍ଥିତିକୁ ଭଲ ରଖେ । ଯାହାକି ସ୍ୱାସ୍ଥ୍ୟର ରୋଗ ପ୍ରତିରୋଧକ ଶକ୍ତି ବଢାଏ ଏବଂ ରକ୍ତ ସଞ୍ଚାଳନ ଠିକ୍ ଭାବରେ ମଧ୍ୟ ହୋଇଥାଏ। ସେକ୍ସ କରିବା ଦ୍ୱାରା ଆପଣ ଅନେକ ଜବରଦସ୍ତ ଫାଇଦା ପାଇ ଥାନ୍ତି । ତେବେ, ଆସନ୍ତୁ ଜାଣିବା ସେକ୍ସ କରିବା ଦ୍ବାରା କଣ ସବୁ ଉପକାର ମିଳେ…

୧-ସେକ୍ସ ବା ଶାରୀରିକ ସମ୍ପର୍କ ଗଢିବା ଆପଣଙ୍କୁ କେବଳ ଆନନ୍ଦ ଦିଏ ନାହିଁ । ଏହା ଆପଣଙ୍କ ସାଥୀଙ୍କ ହୃଦୟ ସହ ଆପଣଙ୍କୁ ଯୋଡେ। ଏହି ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ଆପଣ ଗୋଟିଏ ଦୁନିଆରେ ହଜି ଯାଆନ୍ତି । ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡି଼ଛି ଯେ, ଯେଉଁ ପୁରୁଷମାନେ ସପ୍ତାହରେ ଦୁଇ ଥରରୁ ଅଧିକ ଥର ସେକ୍ସ ବା ଶାରୀରିକ ସମ୍ପର୍କ ଗଢନ୍ତି । ସେମାନଙ୍କୁ ଅନ୍ୟ ମାନଙ୍କ ତୁଳନାରେ ହୃଦଘାତ ବା ହାର୍ଟ ଆଟାର୍କ ହେବାର ଆଶଙ୍କା କମ୍ ଥାଏ ।

୨- ଯେଉଁମାନେ ପ୍ରତିଦିନ ସେକ୍ସ କରନ୍ତି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ସେମାନଙ୍କୁ ସାଧାରଣତଃ ଜ୍ବାର ଓ ଥଣ୍ତା ହୋଇ ନ ଥାଏ।

୩- ଏହା ସହ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡି଼ଛି ଯେ, ଯେଉଁମାନେ ପ୍ରତିଦିନ ସେକ୍ସ ବା ଶାରୀରିକ ସମ୍ପର୍କ ଗଢନ୍ତି । ସେମାନଙ୍କୁ ଚାପ ବା ଟେନସନ୍ ଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡି ନଥାଏ ।

୪- ସେକ୍ସ କରିବା ଦ୍ବାରା ଆପଣଙ୍କ ରକ୍ତ ସଂଞ୍ଚାଳନ ଠିକ୍ ଭାବରେ ହୁଏ। ଯେଉଁଥିପାଇଁ ଆପଣଙ୍କ ଶରୀରର ବିଭିନ୍ନ ଅଙ୍ଗ ଠିକ୍ ରୁହେ। ଏବଂ କୋଷକୁ ସତେଜ ରକ୍ତ ଯୋଗାଇବାରେ ସାହାଯ୍ୟ କରିଥାଏ । ଖାସ୍ କରି ପାରାଲିସିସ୍ ଭଳି ରୋଗ ମଧ୍ୟ ଆପଣଙ୍କୁ ହେବାର ଆଶଙ୍କା କମ୍ ଥାଏ ।

୫- ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଆପଣଙ୍କ ଠାରେ ମାନସିକ ଚାପ କମିଯାଏ । ଯାହା ଫଳରେ ଆପଣଙ୍କୁ ଭଲ ନିଦ ହୋଇଥାଏ । ଏବଂ ସୁସ୍ଥ ଅନୁଭବ କରନ୍ତି।

୬- ପ୍ରତିଦିନ ସେକ୍ସ କରିବା ଦ୍ବାରା ଆପଣଙ୍କ ଓଜନ ହ୍ରାସ ହୋଇଥାଏ। ଯାହା ଆପଣଙ୍କୁ ଫିଟ୍ ରଖିବାରେ ସାହାର୍ଯ୍ୟ କରିଥାଏ। ଅଧ ଘଣ୍ଟା ଧରି ଶାରୀରିକ ସମ୍ପର୍କ ଦ୍ବାରା ଆପଣ ୮୦ ରୁ ଅଧିକ କ୍ୟାଲୋରୀ ନଷ୍ଟ କରିଥାଆନ୍ତି । ଯାହା ଆପଣଙ୍କୁ ମୋଟାପାରୁ ବଞ୍ଚାଇଥାଏ ।

୭- ପ୍ରତିଦିନ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ବାରା ତ୍ବଚାରେ ଏକ ଉଜ୍ଜଳମୟ ଚମକ ଆସିଥାଏ । ଯାହା ଫଳରେ ଆପଣଙ୍କୁ ବାଦ୍ଧାକ୍ୟ ବହୁ ବିଳମ୍ବରେ ଛୁଇଁଥାଏ।

୮- ଖାସ୍ କରି ପୁରୁଷଙ୍କୁ ବୟସର ଅପରାହ୍ନରେ ହେଉଥିବା ପ୍ରୋଷ୍ଟେଟ୍ କର୍କଟରୁ ମଧ୍ୟ ରକ୍ଷା ମିଳିଥାଏ।

୯- ଲୋ- ବିପିରୁ ମଧ୍ୟ ରକ୍ଷା ମିଳିଥାଏ।

୧୦-ସବୁଠୁ ବଡ଼ କଥା ହେଲା, ପ୍ରତିଦିନ ସେକ୍ସ କରିବା ଦ୍ବାରା ଆପଣଙ୍କ ମସ୍ତଷ୍କ ମଧ୍ୟ ସୁସ୍ଥ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି।

(ପ୍ରତ୍ୟାଖ୍ୟାନ: ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)