କ୍ରିକେଟିୟର ବିରାଟ କୋହଲିଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ର୍ୟାନ୍ ଫର୍ଣ୍ଣାଣ୍ଡୋଙ୍କ କହନ୍ତି, ଆମମାନଙ୍କ ମୁଣ୍ଡରେ ଗୋଟିଏ କଥା ଥରେ ଘର କରିବା ପରେ ତାକୁ ବାହାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ । ଡାଇବେଟିସ୍ ନାଁ ଶୁଣିବା ମାତ୍ରେ ଲୋକମାନେ ଡରି ଯାଉଛନ୍ତି । ଏକ ଜଟିଳ ରୋଗ ମନେ କରୁଛନ୍ତି । ଡାଇବେଟିସ୍ କବଳରୁ ମୁକୁଳିବା ଆଦୌ ସମ୍ଭବ ନୁହେଁ ବୋଲି ଅଧିକାଂଶ ଲୋକ ଭାବୁଛନ୍ତି ।
ମାତ୍ର ଅସଲ କଥା ହେଉଛି, ରୋଗ ସଂପର୍କରେ ଯେତିକି ଅଧିକ ଚିନ୍ତା କରିବ, ତାହା ମଣିଷର ମନ ଓ ଶରୀରକୁ ସେତିକି ଖରାପ ଆଡକୁ ନେଇଯିବ । ଆମ ଶରୀରରେ କାର୍ବୋହାଇଡ୍ରେଟ୍ ପରିମାଣ କମିଗଲେ, ଡାଇବେଟିସ୍ ସଂକ୍ରମଣ କରିଥାଏ । ତେଣୁ ଆମ ଶରୀରକୁ ନିୟମିତ ଚାହିଦା ପରିମାଣର କାର୍ବୋହାଇଡ୍ରେଟ୍ ମିଳିଗଲେ, ଡାଇବେଟିସ୍ ଭୟ ରହିବନି ।
ରୋଗୀଙ୍କୁ ନିୟମିତ ଇନ୍ସୁଲିନ ନେବାକୁ ପଡ଼ିବନି । ଆମ ଲୋକମାନେ ଡାଇବେଟିସ୍ ବଟିକା ବିନା ଚଳିପାରିବେନି । ଡାଇବେଟିସ୍ ବଟିକା ବା ଇନ୍ସୁଲିନକୁ ନିୟମିତ ବ୍ୟବହାର କରିବା ଆଦୌ ଦରକାର ନାହିଁ । ବଟିକାକୁ ଖାଦ୍ୟ ଭଳି ଗ୍ରହଣ କରିବା ଅର୍ଥ ରୋଗ ପାଇଁ ଶରୀରକୁ ସ୍ଥାୟୀଘର କରିଦେବା ।
ପ୍ରତିଦିନ ସକାଳେ ୬୦ ଗ୍ରାମ ଓଜନର କାର୍ବୋହାଇଡ୍ରେଟ୍ ଥିବା ଖାଦ୍ୟ ସେବନ କରନ୍ତୁ । ଆପଣଙ୍କ ଶରୀର ଡାଇବେଟିସ୍ ସହିତ ଲଢ଼ିବାକୁ ତାକତ୍ ପାଇଯିବ । ତେବେ ପ୍ରତିଦିନ କାର୍ବୋହାଇଡ୍ରେଟ୍ ପୋଷକଯୁକ୍ତ ଖାଦ୍ୟ ବଦଳାଇବା ଜରୁରୀ ।
ମନେକରନ୍ତୁ ସୋମବାର ଦିନ ଦୋସା ଖାଇଲେ, ମଙ୍ଗଳବାର ଦିନ ଫ୍ରାଇଡ୍ ରାଇସ୍ ସେବନ କରିବେ । ଆପଣଙ୍କୁ ଡାଇବେଟିସ୍ କେବେ ସଂକ୍ରମଣ କରିବନି । ଡାଇବେଟିସ୍ ସଂକ୍ରମଣ କରିଥିଲେ ଦୂରେଇଯିବ ।